ଯାତ୍ରା ଆଇଟମ୍ ଗର୍ଲ ନିଶା ମହାରାଣାଙ୍କ ସହ ଫଟୋ ଉଠାଇବା ପଡିଲା ମହଙ୍ଗା। ପାଟଣା ଥାନା ଏଏସ୍ଆଇ ସରୋଜ ସେଠୀଙ୍କୁ ପ୍ରେମ ନିଶା ଛଡ଼ାଇ ଦେଲେ କେନ୍ଦୁଝର ଏସପି ନୀତିନ କୁଶଲକର ଡଗଡୁ । ସରୋଜ ସେଠୀଙ୍କୁ ଜିଲ୍ଲା ଆରକ୍ଷୀ କାର୍ଯ୍ୟଳୟକୁ ବଦଳି କରାଯାଇଛି । ଏନେଇ ସରୋଜ କହିଛନ୍ତି, ଏହି ଫଟୋ ବର୍ଷେ ତଳର, କେହି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କସୋସିଆଲ ମିଡିଆ ଭାଇରାଲ କରିଛନ୍ତି ।
ସୂଚନା ଅନୁଯାୟୀ, ଅଶ୍ଳୀଳ ଆଚରଣ ନେଇ ସାରା ରାଜ୍ୟରେ ନିଶା ମହାରଣା ରାତାରାତି ଷ୍ଟାର ବନି ଯାଇଛନ୍ତି । ଏବେ ଯାତ୍ରା ପେଣ୍ଡାଲଗୁଡିକରେ ଅର୍ଦ୍ଧଲଗ୍ନ ହୋଇ ରୁଗ୍ଣ ମାନସିକ ବ୍ୟକ୍ତିଙ୍କ ପାଇଁ ଫ୍ୟାନ୍ ସାଜିଛନ୍ତି ନିଶା । ଗତ ୮ ତାରିଖରେ ପାଟଣା ଥାନାର ତେଣ୍ଡରା ଭାଗ୍ୟଶ୍ରୀ ଅପେରାକୁ ନିଶା ମହାରଣାଙ୍କୁ ଡକାଯାଇଥିଲା । ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାର ସୀମା ଟପିଥିଲେ ଆଇଟମ୍ ଗର୍ଲ । ଦେହରୁ ଗୋଟିଏ ପରେ ଗୋଟିଏ ପୋଷାକ ଖୋଲିଥିଲେ । ପୁଲିସ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲା । ତେବେ ନିଶାଙ୍କ ପାଇଁ ପାଟଣା ଥାନା ଏଏସ୍ଆଇ ସରୋଜ ସେଠୀ ନିଜର ହିତାହିତ ଜ୍ଞାନ ହରାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।
ପେଣ୍ଡାଲରୁ ନିଶା ଓହ୍ଲାଇବା ପରେ ପୁଲିସ ଏଏସ୍ଆଇ ସେଠୀଙ୍କ ସହିତ ଅନ୍ତରଙ୍ଗ ଭାବେ କେତେକ ଫଟୋ ଉଠାଇବା ସହିତ କିଛି ସମୟ ପାଇଁ ଉଭୟ ହିତାହତ ଜ୍ଞାନ ଭୁଲି ବେଶ୍ ନିକଟତର ହୋଇଥିଲେ। ଏହି ଆପତ୍ତିଜନକ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋ ସୋସିଆଲ ମିଡିଆ ଭାଇରାଲ୍ ହେବା ପରେ ଏଏସଆଇ ସରୋଜ ସେଠୀଙ୍କୁ କେନ୍ଦୁଝର ଏସ୍ପି ନୀତିନ କୁଶଲକର ଡଗଡୁ ଜିଲ୍ଲା ହେଡ୍କ୍ୱାର୍ଟରକୁ ବଦଳି କରିଛନ୍ତି ।ଉଲ୍ଲେଖ ଯୋଗ୍ୟ ଯେ, ସେଠୀ ବାବୁ ପୂର୍ବରୁ ଖଣି ଅଞ୍ଚଳରେ ନିଶା ମହାରଣା ଏକ ଯାତ୍ରା ପାର୍ଟି ମଞ୍ଚକୁ ଅତିଥି ଭାବେ ଆସିଥିବାବେଳେ ତାଙ୍କୁ ସୁରକ୍ଷା ଯୋଗାଇଥିଲେ । ପାଟଣାରେ ପୁଣି ଥରେ ଉଭୟ ଏକାଠି ହୋଇ ଫଟୋ ଉଠାଇଥିଲେ । ଯାହା ଭାଇରାଲ ହେବା ପରେ ଜିଲ୍ଲା ପୁଲିସକୁ ନିନ୍ଦିତ ହେବାକୁ ପଡ଼ିଛି ।

