ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଲେ ଜସ୍ମିନ

ଲିଭରପୁଲରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ମହିଳା ବକ୍ସର ଜସ୍ମିନ ଲମ୍ବୋରିଆ ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି । ଫାଇନାଲ ମୁକାବିଲାରେ ପୋଲାଣ୍ଡର ଜୁଲିଆ ସେରେମେଟାଙ୍କୁ ୪-୧ରେ ହରାଇ ସୁନା ଝିଅ ହୋଇଛନ୍ତି ଜସ୍ମିନ । ୫୭ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ବିଶ୍ୱ ଚାମ୍ପିଅନସିପରେ ଭାରତ ପାଇଁ ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ନିକଟରେ ଜୁଲିଆ ସେରେମେଟା ପ୍ୟାରିସ୍ ଅଲମ୍ପକ୍ସ ୨୦୧୪ରେ ରୌପ୍ୟ ପଦକ ଜିତିଥିଲେ ।

ରିପୋର୍ଟ ଅନୁସାରେ, ଭାରତୀୟ ବକ୍ସର ଜସ୍ମିଲ ଲମ୍ବୋରିଆ ୪-୧ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଜସ୍ମିନ ଅଧିକାଂଶ ଗେମ୍‌ରେ ପଛରେ ଥିଲେ, କିନ୍ତୁ ଜବରଦସ୍ତ କମବ୍ୟାକ ସହିତ ଏକ ବଡ଼ ବିଜୟ ହାସଲ କରିବାରେ ସଫଳ ହୋଇଥିଲେ । ସ୍ୱର୍ଣ୍ଣିମ ସଫଳତା ପରେ ଖୁସିବ୍ୟକ୍ତି କରିଛନ୍ତି ଜସ୍ମିନ । ସେ କହିଛନ୍ତି, ମୁଁ ବିଶ୍ୱ ଚାମ୍ପିଅନ ହୋଇଥିବାରୁ ବହୁତ ଖୁସି । ପ୍ୟାରିସ୍ ୨୦୨୪ରେ ମୋର ପ୍ରାରମ୍ଭିକ ବିଦାୟ ପରେ, ମୁଁ ମୋର କୌଶଳକୁ ଶାରୀରିକ ଏବଂ ମାନସିକ ଭାବରେ ଉନ୍ନତ କଲି । ଏହା ଗୋଟିଏ ବର୍ଷର ପରିଶ୍ରମର ଫଳାଫଳ । ”

ପୂର୍ବରୁ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ନୂପୁର ରୌପ୍ୟ ଓ ପୂଜାରାଣୀ ବ୍ରୋଞ୍ଜ ପଦକ ଜିତିଥିଲେ । ୮୦ କେଜି ବର୍ଗରେ ନୂପୁର ରୌପ୍ୟ ପଦକ ଜିତିଥିଲେ । ୪୮ କିଲୋଗ୍ରାମ ବର୍ଗରେ, ମିନାକ୍ଷୀ କାଜାଖସ୍ତାନର ନାଜିମ୍ କାଇଜାଇବେଙ୍କୁ ଭେଟିବେ । ସ୍ୱର୍ଣ୍ଣ ପଦକ ମୁକାବିଲାରେ ଦୁହେଁ ମୁହାଁମୁହିଁ ହେବେ । କାରଣ ଭାରତ ଏବେ ବି ଏହି ଇଭେଣ୍ଟରେ ଆଉ ଏକ ସ୍ୱର୍ଣ୍ଣ ପଦକ ଆଶା ରଖିଛି । ପୁରୁଷ ବକ୍ସିଂ ଇଭେଣ୍ଟରେ ୮୫ କେଜି ବର୍ଗ କଥା କହିଲେ, ସ୍କଟଲାଣ୍ଡର ରବର୍ଟ ୱିଲିୟମ୍ ମ୍ୟାକନଲ୍ଟିଙ୍କଠାରୁ ପରାଜୟ ପରେ ଜୁଗ୍ନୁ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ୧୬ରୁ ବାଦ୍ ପଡ଼ିଥିଲେ । ପ୍ରତିଯୋଗିତାରୁ ନୈରାଶ୍ୟଜନକ ଭାବରେ ବିଦାୟ ନେଇଛନ୍ତି । ୮୫ କିଲୋଗ୍ରାମ ପୁରୁଷ ବର୍ଗରେ ପ୍ରତିଯୋଗିତାରେ ଇଂଲଣ୍ଡର ଟିଗନ୍ ସ୍କଟ୍ ସ୍ୱର୍ଣ୍ଣ ପଦକ ମୁକାବିଲାରେ ଉଜବେକିସ୍ତାନର ଆକମାଲଜନ୍ ଇସରୋଇଲୋଭଙ୍କୁ ଭେଟିବେ।

Post Views6 Total Count

Apply Now


This will close in 0 seconds

error: Content is protected !!