ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୭ ରନ କରିଥିବାବେଳେ ଶୁବମନ ଗିଲ ୧୦ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ତିଳକ ବର୍ମା ୩୧ ରନର ଲଢୁଆ ଇନିଂସ ଖେଳିଥିଲେ ।

ଏହି ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ। ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ। ସେ ମାତ୍ର ୩ ରନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ୱିକେଟ୍‌ ହରାଇଥିଲା । ଏହି ଦୁଇ ବୋଲରଙ୍କ ପରେ ଅକ୍ଷର ପଟେଲ ଓ କୂଳଦୀପ ଯାଦବ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହନ ୪୦ ରନ କରିଥିବାବେଳେ ଶାହିନ ଆଫ୍ରିଦି ୩୩ ରନ କରିଥିଲେ । କୂଳଦୀପ ଯାଦବ ୩ଟି ୱିକେଟ୍‌ ନେଇଥିବାବେଳେ ବୁମରା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତି ଓ ପାଣ୍ଡ୍ୟା ୧ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Post Views20 Total Count

Apply Now


This will close in 0 seconds

error: Content is protected !!