ଯେବେ ଯେବେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଛନ୍ତି ସେବେ ସେବେ ରାଜ୍ୟକୁ କିଛି ନା କିଛି ଭେଟି ଦେଇଛନ୍ତି । ତେଣୁ ୨୭ ତାରିଖରେ ମୋଦୀ ଓଡ଼ିଶା ଆସୁଥିବାରୁ ପୁଣିକିଛି ନୂଆ ଭେଟି ଦେବେ ବୋଲି ଚର୍ଚ୍ଚା ହେଉଛି ।
ଅବଶ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । କଥାହେଲା, ସାଧାରଣ ନିର୍ବାଚନ ପରେ ବିଜେପି ଧୀରେ ଧୀରେ ଦକ୍ଷିଣରେ ନିଜର କାୟା ବିସ୍ତାର କରୁଛି । ଦିନେ ଗଂଜାମ ବିଜେଡିର ଗଡ଼ ଥିବା ବେଳେ ଏବେ କିନ୍ତୁ ସେଇଠି ରାଜ୍ କରୁଛି ବିଜେପି । ଏବେ ପୁଣି ଥରେ ଦକ୍ଷିଣ ଓଡ଼ିଶା ଗସ୍ତରେ ପିଏମ୍ ଆସୁଥିବାରୁ ବିଜେପି ଫୋକସ୍ରେ ଦକ୍ଷିଣ ଓଡ଼ିଶା ବୋଲି ସ୍ପଷ୍ଟ ହୋଇଛି ।
ଦକ୍ଷିଣରେ ପଶିବ, ଉତ୍ତର ଆଡୁ ଦଖଲ କରି କରି ଯିବ । ୨୭ରେ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆୟୋଜନ ହେବାକୁ ଥିବା ଜନ ସମାବେଶରେ ସାମିଲ ହେବେ ପିଏମ୍ । ମୋଦୀଙ୍କ ଗସ୍ତ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିବା ପରେ କିଛି ଏମିତି ଚର୍ଚ୍ଚା ହେଉଛି ।
୨୪ ସାଧାରଣ ନିର୍ବାଚନ ସମୟରେ ମୋଦୀ ବ୍ରହ୍ମପୁରରେ ସଭା କରିଥିଲେ …ପରେ ପରେ ଫଳାଫଳ କଣ ହେଲା ତାହା ପୂରା ଓଡ଼ିଶା ଦେଖିଲା । ଏବେ ପୁଣି ଥରେ ମୋଦୀ ବ୍ରହ୍ମପୁର ଗସ୍ତରେ ଆସୁଥିବାରୁ ସ୍ଥାନୀୟ ଅଂଚଳର ନେତା, କର୍ମୀ ଓ ସାଧାରଣ ଜନତା ସମସ୍ତେ ଉତ୍ସାହିତ ।

