କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ,ବିହାରରେ ଛିଣ୍ଡୁନି ରାଜନୀତି

ବିହାରରେ ଛିଣ୍ଡୁନି ରାଜନୀତି । ଏହାରି ଭିତରେ କେନ୍ଦ୍ରରେ ମନ୍ତ୍ରୀ ଥିବା ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା (ସେକ୍ୟୁଲାର୍)ର ଅଧ୍ୟକ୍ଷ ଜିତନରାମ୍ ମାଞ୍ଝି ରବିବାର ପ୍ରେସମିଟରେ ଏକ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, କୌଣସି ନା କୌଣସି ଭାବରେ ତାଙ୍କ ଦଳକୁ ଏକ ସ୍ୱୀକୃତିପ୍ରାପ୍ତ ଦଳ ବନାଇବା ତାଙ୍କର ଲକ୍ଷ୍ୟ ରହିଛି । ଏଥିପାଇଁ ଅତି କମରେ ଆଠଟି ଆସନ ଜିତିବା ସହ ଛଅ ପ୍ରତିଶତ ଭୋଟ୍ ପାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି । ତେଣୁ ଏଥର ସିଟ୍ ଭାଗବଣ୍ଟାରେ ତାଙ୍କୁ ୧୫ ସିଟ୍ ଦେବାକୁ ସେ ଦାବି କରିଛନ୍ତି । ନଚେତ୍ 6ଟି ସିଟ୍ ଜିତିବା ଅସମ୍ଭବ ବୋଲି ସେ କହିଛନ୍ତି ।

ତେବେ ଜୀତନ ରାମ ମାଞ୍ଝି ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଯଦି ତାଙ୍କ ଦଳକୁ ସମ୍ମାନଜନକ ଆସନ ନ ଦିଆଯାଏ, ତେବେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏକାକି ନିର୍ବାଚନ ଲଢ଼ିବ ଏବଂ ୧୦୦ଟି ଆସନରେ ପ୍ରାର୍ଥୀ ଦେବ। ସେ ଦାବି କରିଛନ୍ତି ଯେ, ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ତାଙ୍କର ୧୦-୧୫ ହଜାର ଭୋଟର ଅଛନ୍ତି ଏବଂ ଏହି ଆଧାରରେ ସେ ନିର୍ବାଚନରେ ଏକାକୀ ୬% ଭୋଟ ପାଇପାରିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଦଳ ଗଠନ ହେବାର ଦଶ ବର୍ଷ ବିତିଗଲାଣି ଏବଂ ଏପର୍ଯ୍ୟନ୍ତ ଏକ ଅଣସ୍ୱୀକୃତିପ୍ରାପ୍ତ ଦଳ ଭାବରେ ରହିବା ତାଙ୍କ ପାଇଁ ଅପମାନଜନକ। ତେଣୁ, ଏଥର ନିର୍ବାଚନ ତାଙ୍କ ପାଇଁ “କର ବା ମର” ପରିସ୍ଥିତି ରହିଛି ।

Post Views29 Total Count

Apply Now


This will close in 0 seconds

error: Content is protected !!