ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ

ବିଜେପିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି ଉଭୟ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିକଟକୁ ଉଭୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

ତେଣୁ ଦୀର୍ଘ ୭ ବର୍ଷ ପରେ ବିଜେପି ହାତ ଛାଡ଼ିଥିବା ଆଜି ପ୍ରେସମିଟ ଜରିଆରେ ସ୍ପଷ୍ଟ କରିଛନ୍ତି ଗମାଙ୍ଗ ବାପପୁଅ ।

୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ଗିରିଧର ଓ ଶିଶିର । ହେଲେ ବିଜେପିରେ ଉଭୟଙ୍କୁ କୋଣଠେସା କରାଯାଉଥିବା ଅଭିଯୋଗ କରି ଆସୁଥିଲେ।

ଏପରିକି କଂଗ୍ରେସ ଛାଡ଼ିବା ପରେ ଏମ୍‌ପି ଟିକେଟ ଦିଆଯିବା ନିମନ୍ତେ ଶିଶିର ଗମାଙ୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ପାଳନ କରି ନ ଥିବା ଅଭିଯୋଗ ହୋଇଥିଲା।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!