ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ , ଜଣେ ପାଇଲଟ୍ ସହିଦ

ଭାରତୀୟ ବାୟୁସେନାର ସୁଖୋଇ-୩୦ ଓ ଏକ ମିରାଜ ୨୦୦୦ ବିମାନ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଛି । ଏଥିରେ ଜଣେ ପାଇଲଟ୍ ସହିଦ ହୋଇଥିବା ବେଳେ ୨ ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବାୟୁସେନା ନିର୍ଦ୍ଦେଶ ଦେଇଛି । ସେପଟେ ରାଜସ୍ଥାନର ଭରତପୁରରେ ଏକ ଚାଟାର୍ଡ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ଥ ହୋଇଛି ।

ଏଠାରେ କ’ଣ କ୍ଷୟକ୍ଷତି ହୋଇଛି, ଜଣାପଡ଼ିନାହିଁ । ତେବେ କେମିତି ଏହି ଦୁର୍ଘଟଣା ଘଟିଲା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ଅଭ୍ୟାସ ବେଳେ ଏପରି ଘଟିଥିବା କୁହାଯାଉଛି । ହୁଏତ ଦୁଇ ବିମାନ ମଧ୍ୟରେ ଧକ୍କା ଘଟି ଏପରି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଗ୍ୱାଲିୟର ଏୟାରବେସରୁ ଏହି ଦୁଇ ବିମାନ ଉଡ଼ାଣ ଆରମ୍ଭ କରିଥିଲେ । ହେଲେ କିଛି ସମୟ ପରେ ଦୁର୍ଘଟଣାର ଖବର ମିଳିଥିଲା ।

ସୁଖୋଇରେ ଥିବା ଦୁଇ ଜଣ ପାଇଲଟଙ୍କୁ ଉଦ୍ଧାର କରାଯାଇଛି । ତେବେ ମିରାଜରେ ଥିବା ପାଇଲଟ ଜଣକ ଗମ୍ଭୀର ଭାବେ ଆହତ ହୋଇଥିଲେ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!