ଡ୍ରିମ୍ସ ପଲିଟେକ୍‌ନିକକୁ ଏନ୍‌ବିଏ ମାନ୍ୟତା

ଡ୍ରିମ୍ସ ଗ୍ରୁପ୍ର ସହଯୋଗୀ ଅନୁଷ୍ଠାନ ଡ୍ରିମ୍ସ ପଲିଟେକ୍ନିକକୁ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ବୋର୍ଡ ଅଫ ଆକ୍ରିଡିସନ୍ (ଏନ୍ବିଏ) ମାନ୍ୟତା ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ରାଜ୍ୟସ୍ତରୀୟ ଶ୍ରେଷ୍ଠତା ପର୍ଯ୍ୟାୟରେ ଡ୍ରିମ୍ସ ପଲିଟେକ୍ନିକ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ୩ୟ ଏବଂ ସରକାରୀ ସ୍ତରରେ ୬ଷ୍ଠ ସ୍ଥାନ ଅଧିକାର କରିଛି। ସୂଚନାଯୋଗ୍ୟ, କଟକ ଜିଲା ଟାଙ୍ଗୀସ୍ଥିତ ଡ୍ରିମ୍ସ ପଲିଟେକର ୩ ପ୍ରମୁଖ ପାଠ୍ୟକ୍ରମ ଯଥା ଇଲେକ୍ଟ୍ରିକାଲ, କମ୍ପ୍ୟୁଟର ସାଇନ୍ସ ଏବଂ ମେକାନିକାଲ ଇଞ୍ଜିିନିୟରିଂକୁ ଉକ୍ତ ମାନ୍ୟତା ଦିଆଯାଇଛି।

ବିଶେଷକରି ଗୁଣାମତ୍କ ଶିକ୍ଷାଦାନ, ଉନ୍ନତ ଭିତ୍ତିଭୂମି, ନିର୍ଦ୍ଧାରିତ ନିୟମାବଳୀ ତଥା ମାର୍ଗଦର୍ଶିକା ଠିକ୍ ଅନୁପାଳନ, ଆବଶ୍ୟକତା ପୂରଣ କରୁଥିବା କୁଶଳୀ ମାନବସମ୍ବଳ ସୃଷ୍ଟି ନିମନ୍ତେ ଛାତ୍ରୀଛାତ୍ରଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ସହିତ ଅନ୍ୟାନ୍ୟ ଦିଗକୁ ପର୍ଯ୍ୟାଲୋଚନା ଓ ଆକଳନ ଭିତ୍ତିରେ ଏହି ମାନ୍ୟତା ପ୍ରଦାନ କରାଯାଇଛି।

ସେହିଭଳି ଏଭଳି ଏକ ମର୍ଯ୍ୟାଦାଜନକ ସ୍ବୀକୃତି ପାଇବାରେ ଡ୍ରିମ୍ସ ପଲିଟେକ୍ନିକ ଗ୍ରାମାଞ୍ଚଳରେ ଗଢ଼ି ଉଠିଥିବା ରାଜ୍ୟର ପ୍ରଥମ ଘରୋଇ ଶିକ୍ଷାନୁଷ୍ଠାନଭାବେ ଉକ୍ତ ସମ୍ମାନର ଅଧିକାରୀ ହୋଇପାରିଛି।

ଏ ସମ୍ପର୍କରେ ଡ୍ରିମସ ସମୂହ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ କହିଛନ୍ତି, ଡ୍ରିମ୍ସ ଭଳି ଏକ ଅନୁଷ୍ଠାନକୁ ଏଭଳି ଏକ ଗୌରବପୂର୍ଣ୍ଣ ମାନ୍ୟତା ଦିଆଯାଇଥିବାରୁ ସେ ଏନ୍ବିଏ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ନିଷ୍ଠାପର କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ ପାଇଁ ବଧାଇ ଜଣାଇଛନ୍ତି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!