ଯୋରନ୍ଦା ଭଳି କପିଳାସକୁ ଦେବେ ମୁଖ୍ୟମନ୍ତ୍ରୀ ଅନୁଦାନ

ଖୁବ୍ ଶୀଘ୍ର ଯୋରନ୍ଦା ଭଳି କପିଳାସକୁ ଦେବେ ମୁଖ୍ୟମନ୍ତ୍ରୀ ଅନୁଦାନ। ପୂର୍ବରୁ ଦେଇଥିଲେ ୧୦ କୋଟି। ୭ ଦିନ ଭିତରେ ବଜେଟ DPR ପ୍ରସ୍ତୁତ କରି ମୁଖ୍ୟ ମନ୍ତ୍ରୀଙ୍କୁ ଦେବା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ। DPR ରେ ରହିବ ରୂପାନ୍ତିକରଣର ସମସ୍ତ ତଥ୍ୟ ଓ ଏକ୍ସଟିମେଣ୍ଟ। ବଦଳିବ କପିଳାସ ପ୍ରଭୁ ଚନ୍ଦ୍ର ଶେଖରଙ୍କ ପୀଠର ରୂପ ରେଖ।

ଯୋରନ୍ଦା ପରେ କପିଳାସ ପୀଠର ହେବ ରୁପାନ୍ତି କରଣ। ଏଥିପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସେବାୟତ ମାନେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଅନୁରୋଧ। ବିଶ୍ଵ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ କପିଳାସ ପ୍ରଭୁ ଚନ୍ଦ୍ର ଶେଖରଙ୍କ ପୀଠ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରସ୍ତୁତ କରାଗଲା ସ୍ଵତନ୍ତ୍ର ୫ ଜଣିଆ ଟେକ୍ନିକାଲ ଟିମ୍। ୩ଦିନ ଭିତରେ ରୂପାନ୍ତି କରଣର ସମ୍ପୂର୍ଣ ବ୍ଲୁ ପ୍ରିଣ୍ଟ ଦେବାକୁ ଟିମ୍ କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

କପିଳାସକୁ ନେଇ ବସିଲା ହାଇ ଲେବୁଲ ବୈଠକ। ବୈଠକରେ ଢେ଼ଙ୍କାନାଳ ବିଧାୟକ ସୁଧିର କୁମାର ସାମଲଙ୍କ କ୍ଷୋଭ। ASI ଆମକୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!