ବିଜେଡିରେ ସାମିଲ ହେଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ । ରାଜ୍ୟସଭା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା ।
ବିଜେପିରେ ତାଙ୍କୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରି ଆଜି ଦଳ ଛାଡିଥିଲେ । ବିଜେପି ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ଜିନା । ଇସ୍ତଫାର କିଛି ଘଣ୍ଟା ନପୁରୁଣୁ ବିଜେଡିରେ ସାମିଲ ହୋଇଛନ୍ତି ଜିନା ।
ସୂଚନାଯୋଗ୍ୟ, ଜୀନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ୨୦୨୩ ମାର୍ଚ୍ଚ ମାସରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଥିଲେ। ବାଲେଶ୍ବର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।
ଆଲବମ ଜଗତରେ ବେଶ ଖ୍ୟାତି ଅର୍ଜନ କରିବା ପରେ ଜିନା ‘ଫେରିଆ ମୋ’ ସୁନାଭଉଣୀ’ ସିନେମା ଜରିଆରେ ଓଲିଉଡ୍ରେ ନାୟିକାଭାବେ ପ୍ରବେଶ କରିଥିଲେ। ପରେ କେତୋଟି ହାତଗଣତି ଓଡ଼ିଆ ଛବିରେ ନାୟିକା ବନିଥିଲେ। ପରେ ଅଭିନେତା ରୁଦ୍ରଙ୍କୁ ଜୀନା ସାମଲ୍ ବିବାହ କରିଥିଲେ।
ଉଳଲ୍ଲଖଯୋଗ୍ୟ, ପୂର୍ବରୁ ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ବେତା, ଅପରାଜିତା, ସିଦ୍ଧାନ୍ତ, ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ହରିହର ମହାପାତ୍ର ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ଯୋଗ ଦେଇ ଦଳରେ ସକ୍ରିୟ ଅଛନ୍ତି।

