କିଛି ଦିନ ପାଇଁ ପ୍ରଚାର କରିପାରିବେ ନାହିଁ ବୈଜୟନ୍ତ

ଆଗାମୀ କିଛି ଦିନ ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

ଆଖିରେ ଅସ୍ତ୍ରୋପଚାର ହୋଇଥିବା ହେତୁ ସେ ଏବେ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଶ୍ରୀ ପଣ୍ଡାଙ୍କ ଆଖିରେ ସର୍ଜରୀ ହୋଇଛି। ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। କିଛି ଦିନ ତଳେ ହଠାତ୍ ଶ୍ରୀ ପଣ୍ଡା ତାଙ୍କ ଆଖିରେ ସମସ୍ୟା ଅନୁଭବ କରିଥିଲେ। ତା’ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଆଖିରେ ଅପରେସନ କରାଯାଇଛି।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!