ସୁଚରିତା ଫେରାଇ ଦେଲେ କଂଗ୍ରେସ ଟିକେଟ

କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର।

ସେ କହିଛନ୍ତି, ପାର୍ଟି ଫଣ୍ଡିଂ କରିଥା’ନ୍ତା। ଫଣ୍ଡିଂର କୌଣସି ସମସ୍ୟା ନଥିଲା। ମୁଖ୍ୟ କଥା ହେଲା- ପୁରୀରେ ଆମେ ପ୍ରାର୍ଥୀ ବଦଳେଇଥା’ନ୍ତୁ। ଦୁଇ ତାରିଖରୁ ଆମେ କିଛି ସ୍ଥାନରେ ପ୍ରାର୍ଥୀ ବଦଳେଇବା ପାଇଁ ଚିଠି ପଠେଇ ସାରିଥିଲୁ।

ଆଜି କି କାଲି ଭିତରେ ଏହା ଘୋଷଣା ହେଇଥା’ନ୍ତା। ସୁଚରିତା ଏହି କଥା ଜାଣି ସାରିଥିଲେ। ସେଥିପାଇଁ ଟିକେଟ ଫେରାଇ ଦେଇଛନ୍ତି ଓ ନିଜେ ନିଜର ଚିଠିକୁ ଭାଇରାଲ କରିଛନ୍ତି।

ନିର୍ବାଚନ ଲଢ଼ିବା ପାଇଁ ଦଳ ପାଣ୍ଠି ନ ଦେବାରୁ ସୁଚରିତା ମହାନ୍ତି ଟିକେଟ୍ ଫେରାଇଥିବା କଥା ଇ-ମେଲ୍ ଜରିଆରେ AICCକୁ ଜଣାଇଥିଲେ। ସେ ଇ-ମେଲରେ ଉଲ୍ଲେଖ କରିଥିଲେ ଯେ, ନିର୍ବାଚନ ପାଇଁ ପାର୍ଟି ଫଣ୍ଡିଂ କଲା ନାହିଁ। ବିନା ଫଣ୍ଡିଂରେ କ୍ୟାମ୍ପେନ କରିବା ଓ ନିର୍ବାଚନ ଲଢ଼ିବା ସହଜ ନୁହେଁ। ବିନା ପାର୍ଟି ଫଣ୍ଡିଂରେ ପୁରୀ ଭଳି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ିବା କଷ୍ଟକର।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!