ଇ-ଚାଲାଣ ବାବଦକୁ ପାଖାପାଖି ୧୩୦୦ କୋଟି ଟଙ୍କା ଜରିମାନା ବାକି ଅଛି

ପ୍ରାୟ ୩୫ ଲକ୍ଷ ଗାଡ଼ି ଉପରେ ଇ-ଚାଲାଣ ବାବଦକୁ ପାଖାପାଖି ୧୩୦୦ କୋଟି ଟଙ୍କା ଜରିମାନା ବାକି ଅଛି। ଏହାକୁ ଆଦାୟ କରିବାକୁ ପରିବହନ ବିଭାଗ ‘ପ୍ରଦୂ‌ଷଣ ସାର୍ଟିଫିକେଟ୍’ ଫନ୍ଦି କରିଛି। ବିଭାଗର ଅଧିକାରୀଙ୍କ ମୁଣ୍ଡରେ ମାର୍ଚ୍ଚ ୩୧ ରାଜସ୍ବ ଆଦାୟ ଟାର୍ଗେଟ୍‌। ଏଣୁ ନିୟମ କରିଛନ୍ତି ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି। ଏହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି।

ପରିବହନ ବିଭାଗର ଅଧିକାରୀମାନେ ସବୁ ନିୟମକୁ ମୋଡ଼ି ମକଚି ଦେଇଛନ୍ତି। ପ୍ରଥମତଃ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆସେ। ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଗାଡ଼ିରେ ତେଲ ଦେବାକୁ ମନା କରିବାର କ୍ଷମତା ପରିବହନ ବିଭାଗର ନାହିଁ। କୌଣସି ମେ‌ାଟର ଯାନ ଆଇନରେ ମଧ୍ୟ ଏ ନିୟମ ନାହିଁ। ପରିବହନ ବିଭାଗର ଏହି ଅଜବ ନିୟମ ସଂପର୍କରେ କିନ୍ତୁ ଯୋଗାଣ ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!