ପ୍ରଫେସର ରଞ୍ଜନ କୁମାର ବଳ ହେଲେ ଏଏସବିଏମ୍ ବିଶ୍ୱବିଦ୍ୟାଳୟର କୁଳପତି

ଉତ୍କଳ ବିଶ୍ବବିଦ୍ୟାଳୟର ବାଣିଜ୍ୟ ଓ ବ୍ୟବସାୟ ପରିଚାଳନା ବିଭ‌ାଗର ପୂର୍ବତନ ଡିନ୍‌ ରଞ୍ଜନ କୁମା‌ର ବଳ ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ପ୍ରଫେସର ବଳ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଫେସର, ଡିନ୍‌, ପିଜି କାଉନ୍‌ସିଲ ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ ଓ ସିଣ୍ଡିକେଟ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି।ସେ ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ପିଏଚ୍‌ଡି କରିବା ସହ ଆଇଆଇଏମ୍‌ ଅହମ୍ମଦାବାଦ୍‌ରୁ ଅଧ୍ୟାପନା ବିକାଶ ବିଷୟରେ ଯୋଗ୍ୟତା ହାସଲ କରିଛନ୍ତି।

ତାଙ୍କ ଅଧୀନରେ ୩୨ ଜଣ ଛାତ୍ରଛ‌ାତ୍ରୀ ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ସେହିଭଳି ସେ ୭ଟି ପୁସ୍ତକ ଓ ୮୪ଟି ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ କରିଛନ୍ତି। ପ୍ରଫେସର ବଳ ଉକ୍ତ ବିଶ୍ବବିଦ୍ୟାଳୟର କୁଳପତି ହେବା ପରେ ତାଙ୍କୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ୍‌ ପଟ୍ଟନାୟକ ସମ୍ବର୍ଦ୍ଧନା ଜଣାଇଛନ୍ତି।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!