ଆୟୋଜିତ ହେବ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩

ଦେଶର ପ୍ରମୁଖ ଆଲୁମିନିୟମ ଶିଳ୍ପ ସଂଘ ‘ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆ ଓ ବେଦାନ୍ତ ଆଲୁମିନିୟମର ମିଳିତ ସହଯୋଗରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩ (ଆଇଏସି-୨୩)ର ପ୍ରଥମ ସଂସ୍କରଣ ଝାରସୁଗୁଡ଼ାଠାରେ ହେବାକୁ ଯାଉଛି। ବିଶେଷକରି ମେକିଂ ଇଣ୍ଡିଆକୁ ଆଲୁମିନିୟମ କ୍ୟାପିଟାଲ ଅଫ୍‌ ୱାର୍ଲଡରେ ପରିଣତ କରିବା ଲକ୍ଷ୍ୟରେ ଏଭଳି ଏକ ଜାତୀୟସ୍ତରର ସମ୍ମିଳନୀ ଚଳିତ ବର୍ଷ ଫେବୃୟାରୀ ୯ ଓ ୧୦ରେ ବେଦାନ୍ତ ଆଲୁମିନିୟମ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସେହିଭଳି ଉକ୍ତ ସମ୍ମିଳନୀରେ ଧାରଣା ଓ ସର୍ବୋତ୍ତମ ଅଭ୍ୟାସ ଆଦାନ ପ୍ରଦାନ କ୍ଷେତ୍ରରେ ନୂଆ ଉଦ୍ଭାବନ ଓ ବିକାଶ ପ୍ରଦର୍ଶନ ସହ ଶିଳ୍ପ କ୍ଷେତ୍ରରେ ସ୍ଥିରତାକୁ ପ୍ରୋତ୍ସାହନ ପାଇଁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିବ। ଏଠାରେ ପ୍ରାଥମିକ ଧାତୁ ଉପତ୍ାଦକ, ଯନ୍ତ୍ରପାତି ଯୋଗାଣକାରୀ, ଉପତ୍ାଦ ବିକାଶ ଦଳ, ଶିକ୍ଷାନୁଷ୍ଠାନ, ଅନୁସନ୍ଧାନ କେନ୍ଦ୍ର ଓ ବିଶିଷ୍ଟ ଆନ୍ତର୍ଜାତିକ ବିଶେଷଜ୍ଞ ସମେତ ବିଭିନ୍ନ ଅଂଶଗ୍ରହଣକାରୀଙ୍କ ବୈଷୟିକ ଉପସ୍ଥାପନା ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

ଏ ସମ୍ପର୍କରେ ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆର ସଭାପତି ତଥା ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ, ଶକ୍ତି ଓ ବନ୍ଦର ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆମେ ଆଲୁମିନିୟମ ଶିଳ୍ପର ଅସୀମ ସମ୍ଭାବନାକୁ ବିଶ୍ୱାସକରୁ ଏବଂ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀର ପ୍ରଥମ ସଂସ୍କରଣ ଆୟୋଜନ କରି ବେଶ୍‌ ଗର୍ବିତ ଅନୁଭବ କରୁଛୁ।

ଏପରିକି ଭାରତରେ ଆଲୁମିନିୟମର ବିପ୍ଳବ ପାଇଁ ଧାରଣା ସୃଷ୍ଟି କରାଇବା ଆଇଏସି-୨୦୨୩ ଆଲୁମିନିୟମ ଶିଳ୍ପ ଲାଗି ଏକତ୍ରିତ ହେବା ଓ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବା ଲାଗି ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି ସେ ମତପ୍ରକାଶ କରିଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!