IPS ଝିଅ ମାରିଲେ DGP ବାପାଙ୍କୁ ସାଲ୍ୟୁଟ୍

ବାପା ସେତେବେଳେ ଟିକେ ଅଧିକ ସଫଳ ଅନୁଭବ କରେ ଯେତେବେଳେ ସେ ପିଲାଙ୍କୁ ସଫଳତାର ଶିଖର ଛୁଇବା ଦେଖିଦିଏ। ପିଲାଙ୍କୁ ଜୀବନରେ କିଛି ବଡ ଉପଲବ୍ଧି କରୁଥିବାର ଦେଖିଲେ ବାପା ମାଆଙ୍କ ଛାତି କୁଣ୍ଢେମୋଟ ହୋଇଯାଏ। ପିଲା ବାପା ମାଆଙ୍କଠାରୁ ବି ଅଧିକ ସଫଳ ହୁଅନ୍ତୁ ଏମିତି କିଛି କାମନା କରନ୍ତି ସେମାନେ। ନିକଟରେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ମିଳିଛି ଢେର୍‌ ଭଲପାଇବା।
ଆସାମର ପୁଲିସ ମହାନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ପ୍ରତାପ ସେନ୍ ତାଙ୍କର IPS ଝିଅ ଐଶ୍ୱର୍ଯ୍ୟା ସେନଙ୍କୁ ଖାକି ପୋଷାକରେ ସ୍ୟାଲୁଟ୍ ମାରୁଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେଉଛି। ଆସାମର ଡିଜିପି ଜ୍ଞାନେନ୍ଦ୍ର ପ୍ରତାପ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି। କ୍ୟପସନ୍‌ରେ ସେ ଲେଖିଛନ୍ତି, ‘ମୋ ପାଖରେ ଖୁସି ବ୍ୟକ୍ତ କରିବାକୁ ଶବ୍ଦର ଅଭାବ ପଡିଯାଉଛି। ଆଇପିଏସ୍ ଝିଅର ସ୍ୟାଲୁଟକୁ ଗ୍ରହଣ କରିଛି। ଜଣେ ଆଇପିଏସ୍ ଅଧିକାରୀ ଭାବେ ଝିଅ ଐଶ୍ୱର୍ଯ୍ୟା ସେନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରୁ ଟ୍ରେନିଂ ଶେଷ କରିଛି। ଜଣେ ବାପା ଭାବେ ଏହା ଠାରୁ ଅଧିକ ଖୁସି କ’ଣ ହୋଇପାରେ।’
ଜ୍ଞାନେନ୍ଦ୍ର ପ୍ରତାପ୍ ସେନ୍ ଏବେ ଆସାମର ପୁଲିସ ମହାନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ସେ ୧୯୯୧ ବ୍ୟାଚର ଆସାମ ଓ ମେଘାଳୟ କ୍ୟାଡରର ଅଫିସର। ଜ୍ଞାନେନ୍ଦ୍ର ପ୍ରତାପ୍ ସେନଙ୍କ ଝିଅ ଐଶ୍ୱର୍ଯ୍ୟା ବାପାଙ୍କ ପଦାଙ୍କ ଅନୁସରଣ କରି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ମନ ବଳାଇଥିଲେ। ଏହାପରେ ସେ କଠିନ ପରିଶ୍ରମ କରି ୟୁପିଏସ୍ସି କ୍ରାକ୍ କରିବାରେ ସଫଳ ହେଲେ। ସିଭିଲ ସର୍ଭିସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୭ତମ ସ୍ଥାନ ରଖି ସେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଝିଅକୁ ସଫଳ ହେବାର ଦେଖି ବାପା ଜ୍ଞାନେନ୍ଦ୍ର ବେଶ୍ ଖୁସି। ବାପାଙ୍କୁ ସାଲ୍ୟୁଟ୍ ମାରି ନୂଜନ ଜୀବନର ଆରମ୍ଭ କରୁଥିବାର ଝିଅ ମଧ୍ୟ ବେଶ୍ ଖୁସି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!