ପାକିସ୍ତାନୀ ଝିଅ ଅଫସିନ ଗୁଲଙ୍କୁ ମିଳିଲା ନୁଆ ଜୀବନ

ପାକିସ୍ତାନୀ ଝିଅ ଅଫସିନ ଗୁଲଙ୍କ ଚିକିତ୍ସା କରିଥିଲେ ଭାରତୀୟ ଡାକ୍ତର ରାଜାଗୋପାଳନ୍ କ୍ରିଷ୍ଣନ୍ । ଦିଲ୍ଲୀର ଆପୋଲୋ ହସ୍ପିଟାଲର ସ୍ପାଇନାଲ ସର୍ଜରୀ ସ୍ପେଶାଲିଷ୍ଟ ଡାକ୍ତର ରାଜାଗୋପାଳନ କ୍ରିଷ୍ଣନ୍ ଅଫସିନ୍ ଗୁଲଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଇଥିଲେ । ଗତବର୍ଷ ଜୁଲାଇରେ ଦିଲ୍ଲୀରେ ହୋଇଥିଲା ତାଙ୍କ ଅପରେସନ୍ । ତାଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇଥିଲା । ଆଉ ବଡ କଥା ହେଉଛି ଅଫସିନ୍ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସାଧାରଣ ଭାବେ ଚଲାବୁଲା, ଖିଆପିଆ କରିପାରୁଛନ୍ତି । ସପ୍ତାହକୁ ଥରେ ଭିଡିଓ କଲ ଜରିଆରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରଯାଉଥିବା ନେଇ କହିଛନ୍ତି ଅଫସିନଙ୍କ ଭାଇ ।

୧୩ ବର୍ଷୀୟ ଅଫସିନ ଏକ ଦୁର୍ଘଟଣାର ଶୀକାର ହୋଇ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଥିଲେ । ତାଙ୍କର ବେକ ୯୦ ଡିଗ୍ରୀ ବଙ୍କା ହୋଇଯାଇଥିଲା । ପାକିସ୍ତାନ ସିନ୍ଧ ଅଞ୍ଚଳରେ ଏହି ଯୁବତୀ ବାଇକରେ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ । ଫଳରେ ତାଙ୍କର ବେକ ଡାହାଣ ପଟକୁ ୯୦ ଡିଗ୍ରୀ ବଙ୍କା ହୋଇଯାଇଥିଲା । ୧୦ ମାସ ପରେ ବି ତାଙ୍କର ଚିକିତ୍ସା ହୋଇନପାରିବାରୁ ନଥିଲା । ସେ ସଯ୍ୟାସାୟୀ ହୋଇ ଯାଇଥିଲେ । ଧିରେ ଧିରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା । ସେ ନା ଖାଇପାରୁଥିଲେ, ନା ଚାଲିପାରୁଥିଲେ, ନା କିଛି କରିପାରୁଥିଲେ । ପରିବାର ଲୋକେ ଚିନ୍ତାରେ ଥିଲେ । ଏହି ସମୟରେ ଦେବଦୂତ ସାଜି ଅଫସିନଙ୍କୁ ସହାୟତା କରିଥିଲେ ଭାରତୀୟ ଡାକ୍ତର ରାଜାଗୋପାଳନ୍ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!