ଭିଜିଲାନ୍ସ ଜାଲରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା।ଉମେଶ ଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢ଼ାଉ କରାଯାଉଛି।

ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ କରାଯାଉଛି। କେନ୍ଦୁଝର ସ୍ଥିତ ବାସଭବନ, ଘସିପୁରା ଅଞ୍ଚଳରେ ଥିବା ଶ୍ବଶୁର ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ସେଲ କଟକ ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାପଡିଛି।

କେନ୍ଦୁଝରର ୯ ଟି ସ୍ଥାନ ଯଥା କଲେଜ ରୋଡ଼, ବିଣିଆପାଟ, ଜେ ଆର ବଜାଜ ସୋ ରୁମ, ହୋଟେଲ ଇଣ୍ଡିଆ , ମାଗୁରୁ ଗାଡିଆ , ଗମ୍ଭାରିଆ ‘ ଶିରିଶ ପାଳ ପୌତୃକ ବାସ ଭବନ , ଆନନ୍ଦପୁର ଘଷିପୁରାରେ ଥିବା ଶ୍ୱଶୁର ଘର ଓ ବଡ଼ବିଲଠାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରିଥିବା ଜଣାପଡିଛି ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!