ଆଜିକାଲି ଚାକିରି କରିବା କଷ୍ଟକର ହୋଇପଡିଲାଣି। ତେବେ ଜବ୍ ନଥାଇ କିଛି ଲୋକ ହତାଶ ହେଉଥିବା ବେଳେ ରୋଜଗାରର ବିକଳ୍ପ ବାଛୁଛନ୍ତି କିଛି ପିଲା। ଛୋଟ ବ୍ୟବସାୟ କରି କରୁଛନ୍ତି ଟଙ୍କା ରୋଜଗାର। ଏଭଳି ଜଣେ ଯୁବ ଉଦ୍ୟୋଗୀ ହେଉଛନ୍ତି ଦିଲ୍ଲୀର ତାପସୀ ଉପାଧ୍ୟାୟ। ୨୧ ବର୍ଷୀୟା ତାପସୀ ବିଟେକ୍ କରିଛନ୍ତି। କିନ୍ତୁ ବିଟେକ୍ ଶେଷ କରିବା ପରେ ସେ ଗୁପ୍ଚୁପ୍ ବିକୁଛନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ସେ ଲୋକମାନଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଦେବେ। ସେଥିପାଇଁ ସେ ଏୟାର ଫ୍ରାଏଡ୍ ଗୁପଚୁପ୍ ବିକ୍ରି କରୁଛନ୍ତି।
ଗୁପ୍ଚୁପ୍ ପାଇଁ ତାପସୀ ମଇଦା ବଦଳରେ ସୁଜି ଏବଂ ଅଟା ବ୍ୟବହାର କରୁଛନ୍ତି। ତାପସୀ କହିଛନ୍ତି, ସମସ୍ତଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଦେବା ତାଙ୍କର ମୂଳ ଲକ୍ଷ୍ୟ। ପଶ୍ଚିମ ଦିଲ୍ଲୀରେ ସେ ତାଙ୍କ ଗୁପ୍ଚୁପ୍ ଷ୍ଟଲ୍ ଖୋଲିଛନ୍ତି। ତାପ୍ସୀ ବୁଲେଟ୍ ଚଢ଼ି ଗୁପ୍ଚୁପ୍ ବିକିବାପାଇଁ ଆସୁଛନ୍ତି। ବୁଲେଟ୍ ସାଙ୍ଗରେ ସେ ତାଙ୍କ ଗୁପ୍ଚୁପ୍ ଠେଲା ଗାଡ଼ି ଆଣୁଛନ୍ତି। ତାପ୍ସୀଙ୍କ ଗୁପ୍ଚୁପ୍ ସ୍ବାସ୍ଥ୍ୟପ୍ରଦ ହୋଇଥିବାରୁ ତାଙ୍କ ଠେଲା ପାଖରେ ପ୍ରବଳ ଭିଡ଼ ହେଉଛି। ସେ ଏବେ ପଶ୍ଚିମ ଦିଲ୍ଲୀରେ ‘ ବିଟେକ୍ ପାନିପୁରି ୱାଲି’ ଭାବେ ବେଶ୍ ଜଣାଶୁଣା। ତାଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି।
ଅନେକ ଲୋକ ଏଥିଲେ କମେଣ୍ଟ କରିଛନ୍ତି। କିଛି ଲୋକ ତାପସୀ ସଶକ୍ତ ମହିଳାର ଉଦାହରଣ ବୋଲି କହିଥିବା ବେଳେ ଆଉ କିଛି ଲୋକ। ଚାକିରି ପଛରେ ନଗୋଡାଇ ରୋଜଗାରକ୍ଷମ ହେବାର ଏହା ଏକ ସୁନ୍ଦର ଉଦ୍ୟମ ବୋଲି କହିଛନ୍ତି।

