ପଦ୍ମ ଧରିବେ ପୂର୍ବତନ ବିଧାୟକ ହୃଷିକେଶ ନାଏକ

ପାଟଣାର ପୂର୍ବତନ ବିଧାୟକ ହୃଷିକେଶ ନାଏକ ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭଦ୍ରକ ଗସ୍ତ ବେଳେ ବିଜେଡି ଛାଡି ଭାଜପାରେ ମିଶିବା ନେଇ ଚର୍ଚ୍ଚା ହେଉଛି।

ହୃଷିକେଶ ୧୯୮୦ରେ ପାଟଣା ନିର୍ବାଚନମଣ୍ଡଳରୁ ବିଧାୟକ ହୋଇଥିଲେ। ପରେ ୧୯୮୨ ମସିହାରେ ବିଧାୟକ ଥିବା ଅବସ୍ଥାରେ କଂଗ୍ରେସରେ ଯୋଗ ଦେଇଥିଲେ।

୧୯୮୫, ୧୯୯୫ରେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୬ରେ ବିଧିବଦ୍ଧଭାବେ ବିଜେଡିରେ ଯୋଗଦେଇ ୨୦୦୯ ଏବଂ ୨୦୧୪ ମସିହାରେ ଦୁଇ ଦୁଇଥର ବିଜେଡି ବିଧାୟକ ଭାବେ ନିର୍ବଚିତ ହୋଇଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!