ଟିସିଏସ୍ ର ସିଇଓ ପଦରୁ ଇସ୍ତଫା ଦେଲେ ରାଜେଶ ଗୋପୀନାଥନ

ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସର ଏମଡି ତଥା ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି।

୨୨ ବର୍ଷ ଧରି ଟିସିଏସ ସହ ଜଡିତ ହେବା ପରେ ରାଜେଶ ଗୋପୀନାଥନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଗତ ୬ ବର୍ଷ ଧରି ତାଙ୍କୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବରେ ନିଯୁକ୍ତି ଦିଆଯାଇଥିଲା। ରାଜେଶ ଗୋପୀନାଥନ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ କମ୍ପାନୀ ସହିତ ରହିବେ।

କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। ରାଜେଶ ଗୋପୀନାଥନଙ୍କ ଇସ୍ତଫା ପରେ ମାର୍ଚ୍ଚ ୧୬, ୨୦୨୩ ରୁ ଟିସିଏସ୍ କ୍ରିତିଭାସନଙ୍କୁ ନୂତନ ସିଇଓ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି।

କେ କ୍ରିତିଭାସନ ବର୍ତ୍ତମାନ କମ୍ପାନୀର ସଭାପତି ତଥା ଗ୍ଲୋବାଲ ହେଡ ଅଫ ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା ବ୍ୟବସାୟ ଗୋଷ୍ଠୀ (ବିଏଫ୍ଏସ୍ଆଇ) ପଦରେ ପୋଷ୍ଟ ହୋଇଛନ୍ତି। କେ କ୍ରିତିଭାସନ ଗତ ୩୪ ବର୍ଷ ଧରି ଟିସିଏସ୍ ସହିତ ଜଡିତ ଥିଲେ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!