ବଲାଙ୍ଗିରର ବହୁ ଚର୍ଚ୍ଚିତ ନକଲି ଜାଲ ସାର୍ଟିଫିକେଟ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେଇଥିବା ବେଳେ ତନାଘନା ତଦନ୍ତ ଜାରି ରହିଛି।
ସବୁ ଦିଗରେ ତନ୍ନ ତନ୍ନ ଖୋଳତାଡ଼ ସହ ବିଭିନ୍ନ ଦିଗରେ ରହିଥିବା ସମ୍ଭାବ୍ୟ ଲିଙ୍କ୍ ସଂପର୍କରେ ତଦନ୍ତକୁ ଜୋର୍ଦାର୍ କରିଛି ଆଜି ତୃତୀୟ ଦିନ ରେ କ୍ରାଇମବ୍ରାଞ୍ଚ ଟିମ୍।
ଏହି କ୍ରମରେ ଆଜି ପୂର୍ବାହ୍ନରେ ଜାଲ୍ ସାର୍ଟିଫିକେଟ ରାକେଟର ଜାଲରେ ପଡ଼ିଥିବା ରାଜସାକ୍ଷୀ ରମଣୀ ନାଗ ଏବଂ ସୁବଳୟା ଭୁଏଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ର ଅଧିକାରୀ ମାନେ ଡକାଇ ବଲାଙ୍ଗିର ଟାଉନ୍ ଥାନାରେ ପଚରାଉଚରା କରିଥିଲେ।
ପରେ ସିଭିଲ କୋର୍ଟରେ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ଅପରାହ୍ନରେ ରାଜସାକ୍ଷୀ ଦ୍ବୟଙ୍କ ୧୬୪ ଧାରା ଅନୁଯାୟୀ ବୟାନ ରେକର୍ଡ ହୋଇଥିବା ଜଣାପଡିଛି।

