ରାଜ୍ୟରେ ଦରଦାମ ନିୟନ୍ତ୍ରଣ ବାହାରେ

ରାଜ୍ୟରେ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ତଥା ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପ୍ରସଙ୍ଗକୁ ନେଇ ରାଜ୍ୟର ବିଜେପି ସରକାରକୁ ଦାୟୀ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ଏ ସରକାର କେବଳ ବାକ୍ୟବୀର, କର୍ମବୀର ନୁହଁନ୍ତି। ବିଭିନ୍ନ ସମୟରେ ମିଠା ମିଠା କଥା କହୁଛନ୍ତି କିନ୍ତୁ କାମ ଆଜି ପର୍ଯ୍ୟନ୍ତ ଜିରୋ। ସରକାର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଳନ ନ କଲେ ମିଛୁଆ ରାଧୁଆ ଭାବେ ଗଣାହେବେ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା।

ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଲୋକଙ୍କ ଆଵଶ୍ୟକତା, ଆଶା ଓ ଆକାଂକ୍ଷା କିଭଳି ଫଳପ୍ରଦ ହେବ ତାହା ସରକାର କରିବା ଦରକାର। ଏସବୁ ନ କରି ସରକାର କେବଳ ବ୍ୟବସାୟୀଙ୍କୁ ଦୋଷ ଦେଇ ଖସି ଯାଆନ୍ତୁ ନାହିଁ। ସରକାରୀ ଦାୟିତ୍ୱରେ ଯିଏ ଅଛନ୍ତି ସେମାନେ ଜାଣିବାର ଆଗ୍ରହ ପ୍ରକାଶ କରିବା ଦେଖାଯାଉ ନାହିଁ। ସମସ୍ୟା ସମାଧାନ ଦିଗରେ ସରକାରଙ୍କର ଉତ୍ସାହ ଆଗ୍ରହ ଦେଖାଯାଉ ନାହିଁ। ଆନ୍ତରିକତା କିମ୍ବା ହୃଦୟର ସହ ଆଗ୍ରହ ଜଣାପଡୁ ନାହିଁ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!