କୋଭିଡ ମୁକାବିଲା ପାଇଁ ଏସସିବି ରେ ମକଡ୍ରିଲ ।

କିଛି ଦିନର ବ୍ୟବଧାନ ପରେ ପୁଣି ନାଲି ଆଖି ଦେଖାଇଲାଣି ମହାମାରୀ କରୋନା, ସେଥିପାଇଁ କେନ୍ଦ୍ର ସରକାର ନିକଟରେ ସମସ୍ତ ରାଜ୍ୟକୁ ଏହାର ମୁକାବିଲା କରିବା କ୍ଷେତ୍ରରେ ସତର୍କ ରହିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।

ଆଉ ଏହି ପରିପ୍ରେକ୍ଷୀରେ ଆଜି କଟକ ଏସସିବି ମେଡିକାଲ ରେ ଏହାର ମୁକାବିଲା କରିବା ପାଇଁ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ କୋଭିଡ ୱାର୍ଡ ପରିସରରେ ଅଭିଜ୍ଞ ଡାକ୍ତର ଏବଂ କୋଭିଡ ନିରୀକ୍ଷଣ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।

ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି କୁ କିପରି ତା ଘରୁ ଏସିବି ମେଡିକାଲ କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ଅଣାଯିବ ଆଉ ଆଣିବା ପରେ ପ୍ରଥମ ପର୍ଯ୍ୟାୟରେ କିପରି ତାର ଆଣ୍ଟିଜେନ ଟେଷ୍ଟ ହେବ ଏବଂ ତା ପରେ ସେ କିପରି ଘରେ ହେଉ କିମ୍ବା ଏସିବିରେ ସଫଳ ଚିକିତ୍ସିତ ହୋଇ ପାରିବ ସେ ନେଇ ଏଜ ସଫଳ ମକଡ୍ରିଲ କାର୍ଯ୍ୟକ୍ରମ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଏସିବି ର ବରିଷ୍ଠ ଡାକ୍ତର ,ଷ୍ଟାପନର୍ସ ,ଜରୁରୀକାଳୀନ ଡାକ୍ତର ଭୁବନାନନ୍ଦ ମହାରଣା , ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଗକୁ କୋଭିଡ ସଂକ୍ରମିତ ଯେମିତି ପରିସ୍ଥିତି ଆସିଲେ ବି କଟକ ଏସିବି ମେଡିକାଲ ତାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଏସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!