ଆସନ୍ତା ଏପ୍ରିଲ ୧୫ରୁ ସମୁଦ୍ରରେ ମାଛଧରା ଉପରେ କଟକଣା ଜାରି କରାଯାଇଛି ।ଏହି କଟକଣା ସମୟରେ ଯନ୍ତ୍ରଚାଳିତ ଡଙ୍ଗା ଓ ଟ୍ରଲର ମାନେ ସମୁଦ୍ର ମଧ୍ୟରେ ମାଛ ମାରିପାରିବେ ନାହିଁ ବୋଲି ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏ ସଂପର୍କରେ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛିି ।
ମାଛମାନଙ୍କ ଏହି ଅଣ୍ଡାଦାନ ଋତୁରେ ଓଡିଶା ଉପକୂଳ ବର୍ତ୍ତୀ ସମୁଦ୍ରରେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, କୁଜଙ୍ଗ ପକ୍ଷରୁ ନୋଟିସ୍ ନମ୍ବର
୧୦୯୪/୧୦.୦୪.୨୦୨୩ରେ ବାରଣ କରାଯାଇଛି ।
ଏପ୍ରିଲ ୧୫ରୁ ଜୁନ୍ ୧୪ ପର୍ଯ୍ୟନ୍ତ ଦୀର୍ଘ ଦୁଇମାସ ଧରି ଏହି କଟକଣା ବଳ ବତର ରହିବ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି ।
ମାଛମାନଙ୍କ ପ୍ରଜନନ ଋତୁରେ ସମୁଦ୍ରରେ ମାଛଅଣ୍ଡା ଓ ମାଛ ଜାଆଁଳ ନଷ୍ଟ ହେବା ଆଶଙ୍କାରେ ମାଛଧରାକୁ ୬୦ ଦିନ ପାଇଁ ବନ୍ଦ ରଖିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଥିଲା । ଏବେ ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିବା ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲରକୁ ଏହି ସମୟ ମଧ୍ୟରେ ସମୁଦ୍ରରେ ମାଛ ମାରିବାକୁ ବାରଣ କରାଯାଇଛି ।

