ସ୍କୁଲରେ ଆଡ଼ମିଶନ ପାଇଁ ଏଥର ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ନାମଲେଖା ପ୍ରକ୍ରିୟାକୁ ସୁବିଧାରେ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛି ଏଭଳି ନିଷ୍ପତ୍ତି । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନୋଟିସ୍ କରିଛି ବିଭାଗ । ଆଧାରକାର୍ଡ ଥିଲେ ହେବ ଆଡମିଶନ, ନଥିଲେ ବି ହୋଇପରିବ ଆଡମିଶନ । ଆଧାରକାର୍ଡ ନେଇ ଆଡମିଶନ କରିବାକୁ ବାଧ୍ୟ କରାଯାଇପାରିବନି । ଏଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଆଡମିଶନ ପରେ ଆଧାର ନଥିଲେ ପ୍ରଧାନଶିକ୍ଷକ ସମନ୍ବୟ ରକ୍ଷା କରି କିପରି ଶୀଘ୍ର ଆଧାର କାର୍ଡ ତିଆରି ହେବ ସେଥିପାଇଁ ବ୍ୟବସ୍ଥା କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି ।
Related Posts
ବ୍ରହ୍ମଗିରିରୁ ଲଢିବେ ସତ୍ୟବାଦୀ ବିଧାୟକ
ବ୍ରହ୍ମଗିରିରେ ଏଥର ବିଗ୍ ଫାଇଟ । ରାଜ୍ୟର ପ୍ରସିଦ୍ଧ ଚେହେରା ଏବେ ମଇଦାନରେ ।ବିଜେଡି ବ୍ରହ୍ମଗିରିରରେ ବିଧାୟକ ପ୍ରାର୍ଥୀ ଭାବେ…
ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ
ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।…
ଆସନ୍ତାକାଲି ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ
ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି…

