ଓପନ ହାଇମର ସହ ଟକ୍କର ହେଉଛ୍ ବାର୍ବି । ବକ୍ସ ଅଫିସରେ ୧ ବିଲିୟନ୍ ଡଲାର କ୍ରସ କଲାଣି ହଲିଉଡ ଫିଲ୍ମ ବାର୍ବି । ମାର୍ଗଟ ରୋବି ଏବଂ ଆରୟନ୍ ଗ୍ଲସିଂଙ୍କ ଅଭିନୀତ ଫାଣ୍ଟାସି କମେଡି ଫିଲ୍ମ ଏପର୍ଯ୍ୟନ୍ତ ୧୦୦ କୋଟି ଆୟ କଲାଣି । ଏନେଇ ଫିଲ୍ମ ନିର୍ଦ୍ଦେଶକ ଗ୍ରେଟା ଗେରୱିଗ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ଆମର ବାର୍ବି ସ୍ବପ୍ନକୁ ସାକାର କରିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ଅବିଶ୍ୱସନୀୟ ବାର୍ବି ଏବଂ କେନ୍ ଏଠାରେ ଅଛନ୍ତି। ଘରୋଇ ଭାବରେ ପ୍ରାୟ ୫୭୨ ମିଲିୟନ୍ ଡଲାର ଆୟ କରିଛି। ର୍ବfର୍ବି ରିଲିଜ୍ ଦିନ ୭୦.୫ ମିଲିୟନ୍ ଡଲାର ଆୟ କରିଥିବାବେଳେ ସପ୍ତାହକ ମଧ୍ୟରେ ୧୫୫ ମିଲିୟନ୍ ଡଲାର ଆୟ କରିଥିଲା।

