ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି

ଝାରସୁଗୁଡା ଉପନିର୍ବାଚନରେ ବିଜେଡି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ଯୁବ ଚେହେରାଙ୍କୁ ଏହି ଆସନରେ ପ୍ରାର୍ଥୀ କରିଛି। ଏହି ନିର୍ବାଚନରେ ସାଧାରଣତଃ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଥିବା ଜଣାପଡିଛି। ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନରେ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ଦଳ ।

ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ଟଙ୍କଧରଙ୍କ ନାମରେ ମୋହର ମାରିଛି । ଏବିଭିପିରୁ କାର୍ଯ୍ୟ ଆରମ୍ଭ କରିଥିଲେ ଟଙ୍କଧର । ପରେ ତାଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଦାୟୀତ୍ୱ ଦିଆଯାଇଥିଲା । ଏବେ ତାଙ୍କୁ ଦଳ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ ଯେ, ଟଙ୍କଧର ତ୍ରିପାଠୀ ଜଣେ ଶୃଙ୍ଖଳିତ ବ୍ୟକ୍ତିତ୍ବ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଜନ୍ମିତ ତ୍ରିପାଠୀ ଯୁବ ବୟସରୁ ହିଁ ନିଜର କୁଶଳ ସାଂଗଠନିକ ଦକ୍ଷତା ତଥା ଦେଶ ସେବାର ପ୍ରେରଣା ପାଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!