ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଇଫ୍‌କୋର ୧ କୋଟି ଟଙ୍କା ପ୍ରଦାନ

ଇଣ୍ଡିଆନ୍‌ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍‌ ଲିଃ (ଇଫ୍‌କୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି।

ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଇଫ୍‌କୋର ବରିଷ୍ଠ ଅଧିକାରୀମାନେ ସାକ୍ଷାତ୍‌ କରି ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଇଫ୍‌କୋ ପରିଚାଳନା ନିର୍ଦ୍ଦେଶକ ଉଦୟ ଶଙ୍କର ଅଗସ୍ତି, ନିର୍ଦ୍ଦେଶକ କେ.ଜେ. ପଟେଲ ଏବଂ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଚେକ୍‌ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଜେନା ଇଫ୍‌କୋର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ। ଏହା ପୂର୍ବରୁ ଉକ୍ତ ଅଧିକାରୀମାନେ ୫-ଟି ସଚିବଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ୍‌ କରିଥିଲେ।

ଏହାପରେ ଉକ୍ତ ଅଧିକାରୀମାନେ ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!