ଫୁଲଫର୍ମରେ ବିରୋଧୀଦଳ ନେତା, ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଠୋର ସମାଲୋଚନା

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସରକାରଙ୍କୁ କଡ଼ା ଟାର୍ଗେଟ । ପୂର୍ବରୁ ଅକାଟ୍ୟ ବୟାନ ଦେଉଥିବା ନେତା ଭାବେ ଜଣା ଜୟନାରାୟଣ। ଓଡ଼ିଆ ରାଜନୀତି ଜଗତରେ ଜଣେ ସୁପରିଚିତ ଶାସକଦଳର ସମାଲୋଚକ । ସରକାରଙ୍କୁ ଗତକିଛି ଦିନ ହେବ ନିଜ ତେରଛା ବାକ୍ୟବାଣ ପ୍ରୟୋଗ କରିବାରେ ଲାଗିଛନ୍ତି। ତଗଡ଼ା,କଡ଼ା, ରାଜନୈତିକ ବୟାନରେ ସରକାରଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେବାରୁ ବାଧ୍ୟ କରାଇବାରେ ଲାଗିଛନ୍ତି। ଫୁଲ ଜୋଶରେ ସରକାରଙ୍କୁ, ସରକାରୀ ଶାସନ, ପ୍ରଶାସନକୁ ଘେରିଛନ୍ତି ମିଶ୍ରେ।

ମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣା ପର ଠାରୁ ଶାସକ ବିଜେଡ଼ିକୁ ବାରମ୍ବାର କାଠଗଡ଼ାକୁ ଟାଣୁଛନ୍ତି ଜୟନାରାୟଣ । ୫–ଟି କଣ ସବୁଠୁ ଉର୍ଦ୍ଧ୍ୱରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାର୍ଡ ଅଫିସରଙ୍କ କ୍ଲବ ପାଲଟିଥିବା କଥା, ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଘଟଣା,  ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା ପ୍ରସଙ୍ଗରେ,  ନବଦାସଙ୍କ ହତ୍ୟା ରହସ୍ୟ ହୋଇ ରହିଯିବା କଥା କହିବା, ରାଜ୍ୟରେ ଅଫିସର ରାଜ୍ ଚାଲିଥିବା କଥା କହିବା, ଶେଷ ସମୟ ଆସିଲେ ଦୀପ ହୁତୁ ହୁତୁ ହୋଇ ଜଳି ଉଠେ” ବିଜୁ ଜନତା ଦଳର ଶେଷ ସମୟ ଆସିଗଲାଣି, କୌରବ ଭଳି ଧ୍ୱଂସ ପାଇଯିବ ଶାସକ ଦଳ,  ନିଜ ପିଏସଓ ଫେରାଇବା, ପୋଲିସ ଉପରେ ଭରସା ନଥିବା କହିବା, ପଶ୍ଚିମ ଓଡ଼ିଶାକୁ ସରକାରଙ୍କ ଅବହେଳ, ମହିଳା ପୋଲିସ ଓ ଜୟନାରାୟଣଙ୍କ କଥା କଟାକଟି ଏଭଳି ଅନେକ ବିତର୍କିତ ବୟାନବାଜିରେ ସରକାରୀ କଳକୁ ଅକଳିଆ ପକାଇବା ଭଳି ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ। ଏବେ ଏହି ଭଳି ଅନେକ ପ୍ରସଙ୍ଗ ମଧ୍ୟରୁ କିଛି  ନୂତନ ପ୍ରସଙ୍ଗ ଉପରେ ଆଲୋଚନା।

ସୂଚନା ଯୋଗ୍ୟ ଯେ, ବିଧାନସଭା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ କହିଥିଲେ, ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ କାଏମ ରଖିଲେ। ରାଜ୍ୟର ଜଣେ ଡିଜି ମଧ୍ୟ ୫୩୩ ଟଙ୍କା ଭତ୍ତା କରିବାକୁ ସୁପାରିସ କରିଥିଲେ। ଏହା ପରେ ବି ସୁପ୍ରିମକୋର୍ଟ ଯିବାର କଣ ଆବଶ୍ୟକତା ଥିଲା। ଏ ସରକାର ଚଳାଉଛି କିଏ। ଏ ସରକାରକୁ ବୁଦ୍ଧି ଦେଉଛି କିଏ। ଆମର ହୋମଗାର୍ଡ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ ଅର୍ଥ ପାଉଛନ୍ତି। ତେଣୁ ସେମାନଙ୍କୁ ଅଧିକ ଅର୍ଥ ଦେବାର ଆବଶ୍ୟକତା ରହିଛି। ତାହା ସତ୍ତ୍ବେ ସରକାର ସୁପ୍ରିମକୋର୍ଟ ଯିବା ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି।

ସେହିପରି ମାଟ୍ରିକ ପରୀକ୍ଷା ଚାଲୁଥିବା ସମୟରେ ବାହାରେ ପ୍ରଶ୍ନପତ୍ର ଘୂରିବୁଲୁଛି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ଫୋନ ଆସୁଛି ।ଗୋଟିଏ ପ୍ରଶ୍ନପତ୍ର ପାଇଁ ୧୦ ହଜାରଟଙ୍କା ଓ ଦୁଇଟି ପ୍ରଶ୍ନ୍ନପତ୍ର ପାଇଁ ୨୦ ହଜାର ଟଙ୍କା ମାଗୁଛନ୍ତି। ଏମିତି କଣ ପରୀକ୍ଷା ଚାଲେ। ଏଇଟା କଣ ୫-ଟି। ଯେଉଁ ପରୀକ୍ଷାର ପ୍ରଶ୍ନପତ୍ର ଘୁରିବୁଲୁଛି, ସେ ପରୀକ୍ଷାକୁ ବାତିଲ କରିବା କଥା, ନୂତନ ଭାବେ ପରୀକ୍ଷା ହେବା କଥା।

ସେହିପରି ନବଦାସଙ୍କ କଥା ମଧ୍ୟ ବିରୋଧୀ ଦଳ ନନେତା ଉଠାଇଛନ୍ତି। ହତ୍ୟାକାଣ୍ଡକୁ ୫୦ ଦିନ ପୂରିଲା। କିନ୍ତୁ ହତ୍ୟାର ଉଦ୍ଦେଶ୍ୟ ଏ ଯାଏ ଜଣାପଡିଲାନି। ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ତାହା ବି ଜଣାପଡିଲାନି। କୋର୍ଟ ଏକ ବିଶେଷଜ୍ଞ କମିଟି କଲେ। ଏସସିବି ମେଡିକାଲ କଲେଜର ବିଶେଷଜ୍ଞମାନେ ଏହି କମିଟିରେ ରହିଲେ। ଗୋପାଳ ପାଗଳ ନୁହେଁ ବୋଲି କମିଟି ରିପୋର୍ଟ ଦେଲା। ତାହା ସତ୍ତ୍ବେ ଗୋପାଳଙ୍କୁ ବେଙ୍ଗାଲୁରୁ ନେବା ପାଇଁ କୋର୍ଟରେ ଆବେଦନ କରାଗଲା। ଗୋପାଳକୁ ପାଗଳ ଘୋଷଣା କରିବା ପାଇଁ ଏତେ ତତ୍ପର କାହିଁକି। ଏସସିବିକୁ ସରକାର ବିଶ୍ବସ୍ତରୀୟ ଅନୁଷ୍ଠାନ କହୁଛନ୍ତି। କିନ୍ତୁ ନିଜ ସଂସ୍ଥାକୁ ବିଶ୍ବାସକୁ ନେଉନାହାନ୍ତି କାହିଁକି। ସରକାର ଏଫବିଆଇକୁ ତଦନ୍ତରେ ସହଯୋଗ କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିବା କହୁଛନ୍ତି। ସେହି ଚିଠିକୁ ବିଧାନସଭାରେ ଉପସ୍ଥାପନ କରିବେ କି। ସେହିପରି ତଦନ୍ତକୁ ତଦାରଖ କରିବା ପାଇଁ ହାଇକୋର୍ଟକୁ ଲେଖାଯାଇଥିବା ଚିଠିକୁ ବି ଗୃହରେ ଉପସ୍ଥାପନ କରନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଥିଲେ ଜୟନାରାୟଣ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଅବସରପ୍ରାପ୍ତ ଲୋକଙ୍କ କ୍ଲବ ପାଲଟିଛି ବୋଲି ଆରୋପ ଲଗାଇଥିଲେ ବିରୋଧୀ ଦଳ ନେତା। ଓଡିଶାରେ ଉଚ୍ଚଶିକ୍ଷିତ ଲୋକଙ୍କୁ କାମ ମିଳୁନି। କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଲୋକଙ୍କୁ ଥଇଥାନ କରାଯାଉଛି ବୋଲି ସେ କହିଥିଲେ। 

ଏହାସହ ଏହା କଣ ମୋ ସରକାର। ଏହାକଣ ୫-ଟି। ଏଇଟା କଣ ୫-ଟି ଚିନ୍ତାଧାରା ବୋଲି କହି ସେ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ରାଜ୍ୟରେ ବହୁ ଉଚ୍ଚଶିକ୍ଷିତ ପିଲା ଥିବାବେଳେ ଏମିତି ଥଇଥାନ କାହିଁକି କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ। 

ସେହିପରି ସଚିବ ମାନେ ଗୋଟିଏ ବିଭାଗରେ ଅନେକ ଦିନ ହେବ ରହୁଥିବାରୁ ସେନେଇ ମଧ୍ୟ ବର୍ଷିଛନ୍ତି ବିରୋଧୀ ଦଳ ନେତା। ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ। ଗୁରୁତ୍ବପୂର୍ଣ୍ଣ ପଦବୀରେ ଦୀର୍ଘଦିନ ଧରି ଜଣେ ଅଫିସର ରହିଲେ ଅନେକ ସମସ୍ୟା ସୃଷ୍ଟି ହୁଏ । କ୍ଷମତାର ଅପବ୍ୟବହାର କରିବାର ସୁଯୋଗ ସୃଷ୍ଟି ହୁଏ। ତେଣୁ ନିୟମିତ ବ୍ୟବଧାନରେ ଏମାନଙ୍କୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାପାଳ ୬ ବର୍ଷ ହେଲା ଗୋଟିଏ ସ୍ଥାନରେ ଅଛନ୍ତି। ସେହିପରି ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ୯ ବର୍ଷ ହେଲା ସେହି ଜାଗାରେ ଥିବାବେଳେ ଯୋଗାଣ ବିଭାଗର ପ୍ରମୁଖ ସଚିବ ୨୦୧୭ରୁ ସେଠାରେ ରହିଥିବା ସେ କହିଛନ୍ତି। ଗୋଟିଏ ଗୋଟିଏ ଜାଗାରେ ଜଣେ ଲୋକଙ୍କୁ ଏତେ ଦିନ ରଖାଯାଉଛି କିପରି । ଏଇଟା କଣ ମୋ ସରକାର। ଏଇଟା କଣ ୫-ଟି ବୋଲି ସେ ପ୍ରଶ୍ନ କରିଛନ୍ତି। ୫–ଟି କଣ ସବୁଠୁ ଉର୍ଦ୍ଧ୍ୱରେ ବେଲି ସେ କହିଛନ୍ତି।

ଆଗକୁ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ , ବିବାଦୀୟ ପ୍ରସଙ୍ଗ । ଏହାକୁ ନେଇ ବିଭିନ୍ନ ଉପୟାର ଶାସକ ଦଳକୁ ସାବାଡ଼ କରିବାର ପ୍ରୟାସ ଜାରି ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ।

Post Views97 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!