ପରଫରମାନ୍ସ କେମିସର୍ଭ ଲିମିଟେଡ (ପିସିଏଲ)କୁ ନିକଟରେ ସମ୍ମାନଜନକ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷ କରି ପିସିଏଲ ଦ୍ୱାରା ସ୍ଥାପିତ ଗ୍ଲୋବାଲ ସ୍କେଲ ଆମୋନିଆ ପ୍ରକଳ୍ପକୁ ଉକ୍ତ ସମ୍ମାନ ଦିଆଯାଇଛି।
ଏପରିକି ୨୦୨୨ ଜାନୁଆରୀ ୧ ରୁ ଡିସେମ୍ବର ୩୧ ମଧ୍ୟରେ ପିସିଏଲର ଉକ୍ତ ପ୍ରକଳ୍ପ ଅଞ୍ଚଳର ସ୍ବାସ୍ଥ୍ୟ ଓ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ସମ୍ମାନଜନକ ରୟାଲ ସୋସାଇଟି ଫର ଦି ପ୍ରିଭେନସନ ଅଫ ଆକ୍ସିଡେଣ୍ଟ (ଆରଓଏସପିଏ) ପକ୍ଷରୁ ସ୍ବର୍ଣ୍ଣ ପୁରସ୍କାର (ଗୋଲ୍ଡ ଆୱାର୍ଡ) ପ୍ରଦାନ କରାଯାଇଛି।
ଏ ସମ୍ପର୍କରେ ପ୍ରକଳ୍ପର ପ୍ରେସିଡେଣ୍ଟ ଅରୁଣ ବିଜୟ କହିଥିଲେ, ନିରାପତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ପ୍ରଦାନକାରୀ ସଂସ୍କୃତିକୁ ବଜାୟ ରଖିବା ଦିଗରେ ଆମର ଉତ୍ସର୍ଗୀକୃତ କାର୍ଯ୍ୟ, ଆମର ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି।

