ରାଷ୍ଟ୍ରପତିଙ୍କ ପାଇଁ ନିୟୋଜିତ ହେଲିକପ୍ଟର ସହ ଜଣେ ବ୍ୟକ୍ତି ସେଲଫି ଉଠାଇଛନ୍ତି । ଫଟୋ ଭାଇରାଲ୍ ହେବା ପରେ ସେ ତାଙ୍କ ଫେସବୁକ ଆକାଉଣ୍ଟରୁ ଫଟୋଟି ଡିଲିଟ୍ କରିଦେଇଛନ୍ତି ।
ହେଲେ ଏଠି ପ୍ରଶ୍ନ ଉଠୁଛି, ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଏଭଳି ତ୍ରୁଟି କାହିଁକି? ଏଥିପାଇଁ ଦାୟୀ କିଏ?ବାରିପଦାରେ ସମାବର୍ତ୍ତନ ଉତ୍ସବରେ ବିଦ୍ୟୁତ ବିଭ୍ରାଟ ପରେ ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ବ୍ୟବସ୍ଥାରେ ଉଲ୍ଲଂଘନ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି ।
ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନ ରାଷ୍ଟ୍ରପତି ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଥିଲେ । ଏହି ସମୟରେ ହେଲିପ୍ୟାଡରେ ଥିବା ହେଲିକପ୍ଟର ସହ ସେଲଫି ଉଠାଇଥିଲେ ଜଣେ ଫାର୍ମାସିଷ୍ଟ । ତାଙ୍କ ନାଁ ଯଶୱନ୍ତ ବେହେରା ବୋଲି ଜଣାପଡ଼ିଛି । ସେ ହେଲିପ୍ୟାଡ୍ ଡ୍ୟୁଟିରେ ଥିଲେ ।

