ବିଚିତ୍ର ଏ ବିଶ୍ୱ । ଭିନ୍ନ ସଂସ୍କୃତି, ଭିନ୍ନ ପରମ୍ପରା ଓ ଅଜବ ନିୟମର ସମ୍ମିଶ୍ରଣ ହେଉଛି ପୃଥିବୀ। ଏ ସଂସାରରେ ଏମିତି ଅନେକ ଅଜବ ସ୍ଥାନ ରହିଛି, ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତର ଦ୍ଵିତୀୟ ବୃହତ୍ତମ ସଂପ୍ରଦାୟ ହେଉଛନ୍ତି ମୁସଲିମ । ହିନ୍ଦୁଙ୍କ ପରେ ଭାରତରେ ସର୍ବାଧିକ ମୁସଲମାନ ବାସ କରନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନରେ ଇସଲାମ ସଂଖ୍ୟା ସର୍ବାଧିକ। ହିନ୍ଦୁମାନଙ୍କର ମନ୍ଦିର ପରି ମୁସଲମାନଙ୍କର ମସଜିଦ ହେଉଛି ପବିତ୍ର ସ୍ଥାନ।ତେବେ ଆପଣ କେବେ ଚିନ୍ତା ବି କରିଛନ୍ତି, ଯେଉଁଠାରେ ହଜାର ହଜାର ସଂଖ୍ୟାରେ ମୁସଲମାନ ଅଛନ୍ତି ମାତ୍ର ସେଠାରେ ମସଜିଦ ଟିଏ ନାହିଁ । ଏମିତି ବି ସ୍ଥାନ ଅଛି ଯେଉଁଠି ମୁସଲମାନଙ୍କ ପାଇଁଁ ଗୋଟିଏ ବି ଧର୍ମାନୁଷ୍ଠାନ ନାହିଁ । ଏମିତି ଦେଶ ହେଉଛି ଆମ ଭାରତର ପଡ଼ୋଶୀ ଦେଶ ଭୁଟାନ । ଭୁଟାନରେ ପ୍ରାୟ 5 ରୁ 7 ହଜାର ମୁସଲ
ମାନ ବାସ କରନ୍ତି । ସମୁଦାୟ ଜନସଂଖ୍ୟାର 11.3 ପ୍ରତିଶତ ହେଉଛନ୍ତି ହିନ୍ଦୁ | ଏଠାରେ ହିନ୍ଦୁଙ୍କ ପାଇଁଁ ମନ୍ଦିର ସହିତ ବୌଦ୍ଧ ମନ୍ଦିର ଏବଂ ଅନେକ ମଠ ରହିଛି । କିନ୍ତୁ ମୁସଲମାନମାନଙ୍କ ପାଇଁ ଗୋଟିଏ ବି ମସଜିଦ ନାହିଁ। ମୁସଲମାନମାନଙ୍କୁ ଏହାର ରାଜଧାନୀର ଏକ କମ୍ୟୁନିଟି ହଲ୍ ରୁମରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି । ଦୀର୍ଘ ଦିନ ଧରି ସେମାନେ ସେଠାରେ ଏକ ମସଜିଦ ନିର୍ମାଣ କରିବାକୁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । କେବଳ ମୁସଲମାନ ନୁହନ୍ତି, ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଚର୍ଚ୍ଚ ମଧ୍ୟ ନାହିଁ । ମୁସଲମାନ, ଖ୍ରୀଷ୍ଟିଆନ ଓ ଶିଖଙ୍କୁ ସେମାନଙ୍କର ଧର୍ମାନୁଷ୍ଠାନ ନିର୍ମାଣ ପାଇଁଁ ଭୁଟାନରେ ଅନୁମତି ମିଳିନାହିଁ। ଅନେକ ସମୟରେ ଭୁଟାନ ପରିଦର୍ଶନ କରୁଥିବା ମୁସଲମାନ ପର୍ଯ୍ୟଟକମାନେ ଜାଣିବାକୁ ଚାହାଁନ୍ତି ଯେ ମସଜିଦ କେଉଁଠାରେ ଅଛି | ସେ ତାଙ୍କ ଯାତ୍ରା ସମୟରେ ନମାଜ କେଉଁଠି ପଢିବେ । ସେମାନଙ୍କୁ ମିଳୁଥିବା ଉତ୍ତର ହେଉଛି ବୁମଥାଙ୍ଗରେ ଆନୁଷ୍ଠାନିକ ଭାବରେ ଏକ ଛୋଟ ପ୍ରାର୍ଥନା କକ୍ଷ ଅଛି, ଯେଉଁଠାରେ ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନମାନଙ୍କୁ ତିନୋଟି ଅଲଗା କୋଠରୀରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି । ତେବେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ହୋଟେଲ ରୁମରେ ମଧ୍ୟ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି ।

