ବିବାଦୀୟ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷର ଟ୍ରେଲର ଆଉଟ୍ ହୋଇଛି ।ଫିଲ୍ମଟି ପୌରାଣିକ କଥାବସ୍ତୁ ରାମାୟଣ ଉପରେ ଆଧାରିତ । ଓମ ରାଉତ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ , ସାଉଥ ଷ୍ଟାର ପ୍ରଭାସ ଓ ବଲିଉଡ ବିୟୁଟି କ୍ରିତି ସାନନଙ୍କୁ ପରଦାରେ ପ୍ରଥମ ଥର ଏକାଠି ଦେଖିବାକୁ ପାଇବେ ଦର୍ଶକ । ଏଥିରେ ସୈଫ ଅଲ୍ଲୀ ଖାନ ଓ ସିନ୍ନି ସିଂ ମଧ୍ୟ ନଜର ଆସିବେ । ପ୍ରଭାସ ପ୍ରଭୁ ଶ୍ରୀରାମ ଏବଂ କ୍ରିତିଙ୍କୁ ସୀତାଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଆଦିପୁରୁଷକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଦେଇଥିଲା । ଫିଲ୍ମରେ କିଛିଟା ପରିବର୍ତ୍ତନ ପରେ ଏବେ ତାହାର ଅନ୍ତ ଘଟିଛି । ଆସନ୍ତା ମାସ ଅର୍ଥାତ ଜୁନ ୧୬ରେ ପରଦାରେ ହିଟ୍ କରିବ ଆଦିପୁରୁଷ । ତେବେ ବକ୍ସ ଅଫିସରେ ଏହି ହାଇ ବଜେଟ ଫିଲ୍ମ ରେକର୍ଡ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।
Related Posts
ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୯ ଜଣଙ୍କୁ ମିଳିବ ସାହସିକତା ପଦକ
ସ୍ୱାଧୀନତା ଦିବସ ଅବସରରେ ଦେଶରେ ବୀରତା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ…
ମଦ ପିଇବା କାରଣରୁ ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ
ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରୁ ପାଟନା ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଦୁଇଜଣ…
ଗିରଫ ହେବେ ଶ୍ରୀଲଙ୍କାର ବିଶ୍ୱକପ୍ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ
ଶ୍ରୀଲଙ୍କାର ବିଶ୍ୱକପ୍ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଦୁର୍ନୀତି ଅଭିଯୋଗରେ…

