ବିବାହ କରିବେ ଚର୍ଚ୍ଚିତ ଯୋଡି । ଆମ୍ ଆଦମୀ ପାର୍ଟିର ସାଂସାଦ ରାଘବ ଚଡ୍ଡା ଓ ବଲିଉଡ ଆକ୍ଟ୍ରେସ ପରିଣୀତି ଚୋପ୍ରା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି ମେ ୧୩ ତଥା ଶନିବାର ଉଭୟଙ୍କର ଦିଲ୍ଲୀରେ ଅନୁଷ୍ଠିତ ହେବ ନିର୍ବନ୍ଧ କାର୍ଯ୍ୟ । ବନ୍ଧୁ ଓ ପରିବାର ଲୋକଙ୍କୁ ମିଶାଇ ୧୫୦ ଜଣ ସାମିଲ ହେବା ନେଇ ସୂଚନା ମିଳୁଛି ।ତେବେ ସେମାନେ ବାହାଘର ଡେଟ୍ କନଫର୍ମ କରିନାହାନ୍ତି । ଉଭୟଙ୍କୁ ବାରମ୍ବାର ଏକାଠି ବୁଲୁଥିବା ଦେଖିବାକୁ ମିଳିଥିଲା। ନିକଟରେ ଆଇପିଏଲର ମ୍ୟାଚ୍ ଦେଖିବାକୁ ରାଘବ ଓ ପରିଣୀତି ଏକାଠି ଯାଇଥିଲେ। ମୁମ୍ବାଇର ବାନ୍ଦ୍ରାରେ ଏକ ରେଷ୍ଟୁରାଣ୍ଟରୁ ଉଭୟ ଏକାଠି ବାହାରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକାଠି ଲଣ୍ଡନ ସ୍କୁଲ ଅଫ ଇକୋନୋମିରେ ଏକାଠି ପଢ଼ୁଥିଲେ ରାଘବ ଓ ପରିଣତି। ସେମାନଙ୍କ ମଧ୍ୟରେ ସେବେଠାରୁ ବନ୍ଧୁତା ଥିଲା। କିନ୍ତୁ ଏଇ କିଛି ମାସ ଭିତରେ ସେମାନେ ବାରମ୍ବାର ଏକାଠି ନଜର ଆସିବାରୁ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା।

