ଟ୍ରେଣ୍ଡରେ `ଆଦିପୁରୁଷ’ର ଟ୍ରେଲର, ଦିନକରେ 42 ମିଲିୟନ ଭ୍ୟୁ

ବିବାଦୀୟ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷର ଟ୍ରେଲର ଆଉଟ୍‌ ହୋଇଛି ।ଫିଲ୍ମଟି ପୌରାଣିକ କଥାବସ୍ତୁ ରାମାୟଣ ଉପରେ ଆଧାରିତ । ଓମ ରାଉତ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ , ସାଉଥ ଷ୍ଟାର ପ୍ରଭାସ ଓ ବଲିଉଡ ବିୟୁଟି କ୍ରିତି ସାନନଙ୍କୁ ପରଦାରେ ପ୍ରଥମ ଥର ଏକାଠି ଦେଖିବାକୁ ପାଇବେ ଦର୍ଶକ । ଏଥିରେ ସୈଫ ଅଲ୍ଲୀ ଖାନ ଓ ସିନ୍ନି ସିଂ ମଧ୍ୟ ନଜର ଆସିବେ । ପ୍ରଭାସ ପ୍ରଭୁ ଶ୍ରୀରାମ ଏବଂ କ୍ରିତିଙ୍କୁ ସୀତାଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଆଦିପୁରୁଷକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଦେଇଥିଲା । ଫିଲ୍ମରେ କିଛିଟା ପରିବର୍ତ୍ତନ ପରେ ଏବେ ତାହାର ଅନ୍ତ ଘଟିଛି । ଆସନ୍ତା ମାସ ଅର୍ଥାତ ଜୁନ ୧୬ରେ ପରଦାରେ ହିଟ୍‌ କରିବ ଆଦିପୁରୁଷ । ତେବେ ବକ୍ସ ଅଫିସରେ ଏହି ହାଇ ବଜେଟ ଫିଲ୍ମ ରେକର୍ଡ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!