ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍କା । ଯୌନ ଶୋଷଣ ଓ ମାନହାନି ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ । ୧୯୯୦ ମସିହାରେ ଏକ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଟ୍ରମ୍ପ ।୫୦ ଲକ୍ଷ ଡଲାର ତଥା ଭାରତୀୟ ମୁଦ୍ରାରେ ୪୧୦ କୋଟି କ୍ଷତିପୂରଣ ପୀଡ଼ିତାଙ୍କୁ ଦେବାକୁ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମ୍ୟାନହଟନ ସଂଘୀୟ କୋର୍ଟ । ୧୯୯୦ ମସିହାରେ ଇ. ଜିନ କ୍ୟାରଲ ନାମକ ମହିଳାଙ୍କୁ ଟ୍ରମ୍ପ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଆଜି ମାମଲାର ଶୁଣାଣି ହୋଇଛି । ସେପଟେ ଟ୍ରମ୍ପ ଦଣ୍ଡ ବିଧାନ ଓ ଜୋରିମାନାକୁ ଗ୍ରହଣ କରିନାହାଁନ୍ତି । ତାଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର ହେଉଛି ବୋଲି ସେ କହିଛନ୍ତି ।
Related Posts
ଚୀନ ବିରୋଧରେ ଆରମ୍ଭ ହେଲା ବଡ଼ ଷଡ଼ଯନ୍ତ୍ର
ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ସହର ଡେଲାଓ୍ବେରରେ କ୍ୱାଡ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କ୍ୱାଡ୍ ନେତାମାନେ ମିଳିତ…
ଡ୍ରୋନ୍ ଆକ୍ରମଣରେ ଗଞ୍ଜାମର ଜଣେ ମୃତ, ୨ ଆହତ
ନିକଟରେ ରୁଷ୍ ଉପରେ ୟୁକ୍ରେନ୍ ଡ୍ରୋନ୍ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ମୃତାହତମାନେ…
ଦୁବାଇ ଓ ଆବୁଧାବିରେ ଫସି ଯାଇଛନ୍ତି ବିଶ୍ୱର ହଜାର ହଜାର ପର୍ଯ୍ୟଟକ
ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିଛି। ସମଗ୍ର ଇସ୍ରାଏଲରେ ସାଇରନ ବାଜୁଛି। ଏଲାଟରେ ଏକ ଡ୍ରୋନ ଦେଖାଯାଇଛି।ଇରାନ ଇସ୍ରାଏଲୀ…

