ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍କା । ଯୌନ ଶୋଷଣ ଓ ମାନହାନି ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ । ୧୯୯୦ ମସିହାରେ ଏକ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଟ୍ରମ୍ପ ।୫୦ ଲକ୍ଷ ଡଲାର ତଥା ଭାରତୀୟ ମୁଦ୍ରାରେ ୪୧୦ କୋଟି କ୍ଷତିପୂରଣ ପୀଡ଼ିତାଙ୍କୁ ଦେବାକୁ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମ୍ୟାନହଟନ ସଂଘୀୟ କୋର୍ଟ । ୧୯୯୦ ମସିହାରେ ଇ. ଜିନ କ୍ୟାରଲ ନାମକ ମହିଳାଙ୍କୁ ଟ୍ରମ୍ପ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଆଜି ମାମଲାର ଶୁଣାଣି ହୋଇଛି । ସେପଟେ ଟ୍ରମ୍ପ ଦଣ୍ଡ ବିଧାନ ଓ ଜୋରିମାନାକୁ ଗ୍ରହଣ କରିନାହାଁନ୍ତି । ତାଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର ହେଉଛି ବୋଲି ସେ କହିଛନ୍ତି ।
Related Posts
ଚନ୍ଦ୍ରରେ ପୁଣି ପାଦ ଦେବ ମାନବ
ଚନ୍ଦ୍ରରେ ଇତିହାସ ରଚିବ ଚୀନ । ଚନ୍ଦ୍ରରେ ପୁଣି ପାଦ ଦେବ ମାନବ । ୨୦୩୦ ସୁଦ୍ଧା ଚନ୍ଦ୍ରକୁ ମାନବ…
ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା; ନୋଟିସ ଜାରି କଲା ପୋଲିସ
ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା ନାଗରିକ । ଭିସା ସରିବା ପରେ ବି ଭୁବନେଶ୍ବରରେ ରହୁଥିବା ସୂଚନା ମିଳିଛି ।…
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ
ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତୋଶାଖାନା-୨ ମାମଲାରେ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…

