ବୃଦ୍ଧଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଅଧିକ ଭ୍ୟୁ ପାଇବା ପାଇଁ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଏମିତି କି ଲୋକେ ନିଜ ଜୀବନକୁ ବିପଦରେ ପକାଇ ଦେଉଛନ୍ତି। ତେବେ ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧ ଜଣକ କୌଣସି ଭ୍ୟୁ ପାଇଁ ନୁହେଁ ତାଙ୍କର ଷ୍ଟଣ୍ଟ ଦେଖାଇବା ହେଉଛି ସଉକ। ତେଣୁ ସେ ଏପରି କରୁଛନ୍ତି ବୋଲି କୁହାଯାଉଛି।
ତେବେ ରାସ୍ତାରେ ଜଣେ ବୃଦ୍ଧ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ କିଛି ସମୟ ପାଇଁ ଅଟକି ଯାଇଥିଲେ। ଆଉ ବୃଦ୍ଧ ଜଣକଙ୍କ ଷ୍ଟଣ୍ଟକୁ ନିଜ ଫୋନରେ ରେକର୍ଡ କରିଥିଲେ। ଏହି ରେକର୍ଡ ଭିଡିଓରେ ବୃଦ୍ଧ ଜଣକ ସାଇକେଲରେ ଓଲଟା ବସି ଚଲାଇବା ସହିତ ଷ୍ଟଣ୍ଟ ଦେଖାଉଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଆପଣ ବୃଦ୍ଧ ହୋଇ ଯଦି ରାସ୍ତାରେ ଏପରି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇବେ ପିଲାମାନେ କ’ଣ ଶିଖିବେ।’
ସେହିପରି ଆଉ ଜଣେ କହିଛନ୍ତି, ‘ବୃଦ୍ଧ ଜଣକ ଏଭଳି ଅବସ୍ଥାରେ ଏମିତି ଷ୍ଟଣ୍ଟ ଦେଖାଇବା ଶୈଳୀ ବାସ୍ତବରେ ପ୍ରଶଂସାଯୋଗ୍ୟ।’

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!