ବିଶ୍ବର ସବୁଠୁ ଦାମୀ ଆଇସ୍କ୍ରିମ୍, ଦାମ ଶୁଣିହେ ଉଡିବ ହୋସ୍

ଜାପାନର ବିଳାସପୂର୍ଣ୍ଣ ଆଇସ୍କ୍ରିମ୍ କମ୍ପାନି ‘ସେଲାଟୋ’ ନିକଟରେ ବିଶ୍ବର ସବୁଠୁ ଦାମୀ ଆଇସ୍କ୍ରିମ୍ ପ୍ରସ୍ତୁତ କରି ଗିନିଜ୍ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି। ‘ବ୍ୟାକୁୟା’ ନାମରେ ପ୍ରସ୍ତୁତ ଉକ୍ତ ସମ୍ଭ୍ରାନ୍ତ କ୍ଷୟଶୀଳ ଆଇସ୍କ୍ରିମ୍ର ଦାମ୍ ୮,୮୦,୦୦୦ ୟେନ୍ ବା ୬,୭୦୦ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୫ ଲକ୍ଷ ୪୮ ହଜାର ଟଙ୍କା। ଏହି ଅଭିନବ ପୁଷ୍ଟିସାରଯୁକ୍ତ ଆଇସକ୍ରିମ୍ଟିର କ୍ଷୀରରୁ ପ୍ରସ୍ତୁତ ମଖମଲୀ ସ୍ତର ଉପରେ ଦୁଇ ପ୍ରକାରର ଛେନା, ଅଣ୍ଡାର କେଶର ଓ ଲିକ୍ସ ରସର ଏକ ଆସ୍ତରଣ ରହିଛି। ଏଥି ସହିତ ଉପରିଭାଗରେ ସବୁଠୁ ଦାମୀ ଇଟାଲୀୟ ପାର୍ମିଗିଆନୋ ଛେନା, ବିରଳ ଧବଳ ଟ୍ରଫଲ ଓ ଟ୍ରଫଲ ତୈଳର ପରସ୍ତ ଉପରେ ସୁନାପାତିଆ ଖଞ୍ଜାଯାଇଛି। ଏହି ସର୍ବୋଚ୍ଚ ମାନର ଆଇସ୍କ୍ରିମ୍ର କ୍ଷୀଣ ମଧୁରତା, ଜଟିଳ ସ୍ବାଦ ଓ ବିଳାସପୂର୍ଣ୍ଣ ଚିକ୍କଣ ଚେହେରା ତା’କୁ ସ୍ବତନ୍ତ୍ର କରିପାରିଛି। ଏକ ସୌଖୀନ ବାକ୍ସରେ ଏକ ସ୍ବତନ୍ତ୍ର ଧରଣର ଚାମଚ ସହ ୧୩୦ ମିଲିଲିଟର ପରିମାଣର ଉକ୍ତ ଆଇସ୍କ୍ରିମ୍ଟିକୁ ବଜାରକୁ ଛଡ଼ାଯାଇଛି। ସେଥିରେ ବ୍ୟବହୃତ ତଥା ଆଲବା ଓ ଇଟାଲିରୁ ଆମଦାନି କରାଯାଉଥିବା ଦାମୀ ଧବଳ ଟ୍ରଫଲର ପାଉଣ୍ଡ ପିଛା ଦର ହେଉଛି ୬,୭୦୦ ଡଲାର। ସେହି କାରଣରୁ ତାହାର ମୂଲ୍ୟ ଏତେ ଉଚ୍ଚ। ଏହାର ଶ୍ରେଷ୍ଠ ସ୍ବାଦ ପାଇବା ପାଇଁ କିଣିବାର ୧୦ ଦିନ ଭିତରେ ଖାଇବାକୁ କମ୍ପାନି ପରାମର୍ଶ କରିଛି।

Post Views47 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!