ଚର୍ଚ୍ଚିତ ସରବତ୍ ରୁହ ଆଫଜା, ଦେଶର ୧୧୬ ବର୍ଷର ପୁରୁଣା ବ୍ରାଣ୍ଡ୍

ଗ୍ରୀଷ୍ମ ଋତୁ ଆସିଲେ ମନେ ପଡ଼େ ରୁହ ଅଫଜା କଥା। କୋଟି କୋଟି ଭାରତୀୟଙ୍କର ଏହା ପ୍ରିୟ ମୃଦୁ ପାନୀୟ। ଏହା ଗରମରେ ଦେଇଥାଏ ଆରାମ୍। ଆପଣ ମଧ୍ୟ ନିଶ୍ଚୟ ରୁହ ଆଫଜା ପିଇଥିବେ କିନ୍ତୁ ଏହା ସହିତ ଜଡ଼ିତ କାହାଣୀ ଜାଣିଛନ୍ତି କି? ଏହି ମୃଦୁ ପାନୀୟ 116 ବର୍ଷ ପୁରୁଣା, ଯାହାର ଆରମ୍ଭ 1907ରେ। ଦିଲ୍ଲୀରେ ୟୁନାନି ଔଷଧର ବିଶେଷଜ୍ଞ ହାକିମ ଅବଦୁଲ ମଜିଦ୍ ପୁରୁଣା ଦିଲ୍ଲୀର ଔଷଧ ଦୋକାନରେ ଏକ ବିଶେଷ ପ୍ରକାରର ପାନୀୟ ପ୍ରସ୍ତୁତ କରିଥିଲେ। ଯାହାର ନାଁ ରଖିଥିଲେ ରୁହ ଅଫଜା । ଔଷଧ ରୂପେ ତିଆରି ହୋଇଥିବା ଶରବତ ରୁହ ଆଫଜାଙ୍କର ଉଦ୍ଦେଶ୍ୟ ଥିଲା ଲୋକମାନଙ୍କୁ ଗରମରୁ ରକ୍ଷା କରିବା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତ ବିଭାଜନ ପରେ ରୁହ ଅଫଜା ହୋଇଥିଲା ଭାଗ ଭାଗ। ଏହି ସଫ୍ଟ ଡ୍ରିଙ୍କ ତିଆରି କରୁଥିବା ହମଦର୍ଦ୍ଦର ବ୍ୟବସାୟ ଆଜି 25ରୁ ଅଧିକ ଦେଶରେ। ଯାହାର ଏବେ 600 ରୁ ଅଧିକ ପ୍ରଡକ୍ଟ। ଆସନ୍ତୁ ଜାଣିବା ରୁହ ଅଫଜାର କାହାଣୀ।
ହାକିମ ହାଫିଜ ଅବଦୁଲ ମଜିଦ୍ ଯିଏ ରୁହ ଅଫଜା ଭଳି ଏକ ହର୍ବାଲ ପାନୀୟ ସୃଷ୍ଟି କରିଥିଲେ। ଯାହା ଖାରାରେ ଶୀରରକୁ ରଖେ ଥଣ୍ଡା। 1883 ମସିହାରେ ଜନ୍ମ ହୋଇଥିଲେ ହାକିମ ହାଫିଜ ଅବଦୁଲ ମାଜିଦ୍ ସେ ୟୁନାନି ମେଡିସିନ୍ ସିଷ୍ଟମରେ ସର୍ବୋଚ୍ଚ ଡିଗ୍ରୀ ହାସଲ କରିଥିଲେ।
1906 ମସିହାରେ, ହାକିମ ହାଫିଜ ଅବଦୁଲ ମଜିଦ ଦିଲ୍ଲୀର ହାଉସ କାଜୀରେ ଏକ ହର୍ବାଲ ଦୋକାନ ସ୍ଥାପନ କରିଥିଲେ। 1920ରେ, ତାଙ୍କର ଛୋଟ ଦୋକାନ ଏକ ଉତ୍ପାଦନ ଗୃହରେ ପରିଣତ ହେଲା। ପାରମ୍ପାରିକ ୟୁନାନି ଔଷଧରୁ ହଳଦୀ ଏବଂ ସିରପ ଚୟନ କରି ହାକିମ ହାଫିଜ ସରବତ ପ୍ରସ୍ତୁ କଲେ। ଯାହାର ନାଁ ଦେଇଥିଲେ ରୁହ ଆଫଜା। ଯାହାର ଉର୍ଦ୍ଦୁ ଭାଷାରେ ଅର୍ଥ ହେଉଛି “କିଛି ଯାହା, ଆତ୍ମାକୁ ସତେଜ ରଖିଥାଏ।”
ହାକିମ ଅବଦୁଲ ଦ୍ୱାରା ପ୍ରସ୍ତୁତ ଏହି ଶରବତ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଲା। 1915 ସୁଦ୍ଧା ଦିଲ୍ଲୀରେ ରୁହ ଆଫଜାଙ୍କ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରିୟ ଥିଲା। ହକିମ ଅବଦୁଲ ଏହାକୁ ବ୍ରାଣ୍ଡିଂ କରିବା ଆରମ୍ଭ କରି ରୁହ ଆଫଜାଲୋଗୋ ମୁମ୍ବାଇର ପ୍ରିଣ୍ଟିଂ ପ୍ରେସରୁ ଅର୍ଡର ହୋଇଥିବାବେଳେ ଜର୍ମାନୀରେ ବୋତଲର ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା।
ହାକିମ ଅବଦୁଲ ମଜିଦଙ୍କ ଦୁଇ ପୁଅ ଅବଦୁଲ ହମିଦ ଏବଂ ମହମ୍ମଦ ସୟିଦ୍ ଶରବତର ଏହି ବ୍ୟବସାୟରେ ନିଜ ବାପାଙ୍କ ସହଯୋଗ କଲେ। କିନ୍ତୁ ଯେତେବେଳେ ଭାରତ-ପାକିସ୍ତାନ ବିଭାଜିତ ହେଲା, ସେତେବେଳେ ତାଙ୍କ ବଡ଼ ପୁଅ ଅବଦୁଲ ହମିଦ ଭାରତରେ ରହିଥିବାବେଳେ ମହମ୍ମଦ ସୟିଦ୍ 1948 ରେ ପାକିସ୍ତାନ ଯାଇଥିଲେ। ଯେଉଁଠାରେ ସେ କରାଚିରେ ରୁହ ଆଫଜାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଶରବବତ୍ ପାକିସ୍ତାନରେ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କଲା। ଏହି କାରଣରୁ, ସୟିଦ୍ ପୂର୍ବ ପାକିସ୍ତାନରେ କମ୍ପାନୀର ଶାଖା ଖୋଲିଥିଲେ। 1971ରେ ବାଂଲାଦେଶ ଗଠନ ପରେ ମହମ୍ମଦ ସୟିଦ ରୁହ ଆଫଜାଙ୍କ ବାଂଲାଦେଶ ବ୍ୟବସାୟକୁ ତାଙ୍କ ବନ୍ଧୁଙ୍କୁ ଉପହାର ଦେଇଥିଲେ। ଏହିପରି ରୁହ ଆଫଜା ଭାରତ-ପାକିସ୍ଥାନ ଏବଂ ବାଂଲାଦେଶରେ ଅପାର ଲୋକପ୍ରିୟତା ହାସଲ କଲା।
ହାକିମ ଅବଦୁଲ ମଜିଦଙ୍କ ମୃତ୍ୟୁ ପରେ ଭରତରେ ତାଙ୍କ ପରେ ପୁଅ, ଅବଦୁଲ ହମିଦ ଏହି ପରମ୍ପରା ଜାରି ରଖିଥିଲେ। 1940 ମସିହାରେ, ରୁହ ଆଫଜା ଉତ୍ପାଦନ ପାଇଁ ପୁରୁଣା ଦିଲ୍ଲୀରେ ଏକ କାରଖାନା ପ୍ରତିଷ୍ଠା କରାଯାଇଥିଲା । ତା’ପରେ 1971 ରେ ଗାଜିଆବାଦରେ ଏକ ୟୁନିଟ୍ ପ୍ରତିଷ୍ଠା ହେଲା ଏବଂ 2014 ରେ ହରିୟାଣାର ମାନସରରେ ଏକ ନୂତନ କାରଖାନା ଆରମ୍ଭ ହେଲା । 2021-22 ଆର୍ଥିକ ବର୍ଷ ସୁଦ୍ଧା ରୁହ ଆଫଜାଙ୍କ କାରବାର 700 କୋଟି ଥିଲା।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!