୧ କୋଟିର ଚାକିରି ଛାଡିଲେ, ୫୦ କୋଟିର କମ୍ପାନୀ ଗଢିଲେ

ସଂକଳ୍ପ, ନିଷ୍ଠା, ପରିଶ୍ରମ ଦ୍ବାରା ସଫଳତା ସମ୍ଭବ। କିଛି ବଡ ଉପଲବ୍ଧି ପାଇଁ ଆବଶ୍ୟକ ହୁଏ ତ୍ୟାଗ। ସେଭଳି କିଛି ତ୍ୟାଗ ବଳରେ ସଫଳ ହୋଇଛନ୍ତି ୨୭ବର୍ଷୀୟ ଆରୁସି ଆଗ୍ରୱାଲ୍। ୧ କୋଟିର ଚାକିରି ଛାଡି ସେ ଆଜି ୫୦ କୋଟିର କମ୍ପାନୀ ଠିଆ କରିଛନ୍ତି ।
ଉତ୍ତରପ୍ରଦେଶ ଗାଜିଆବାଦର ନେହେରୁ ନାଗରରେ ରୁହନ୍ତି ଅରୁସି। ୩ ବର୍ଷରେ ଠିଆ କରିଛନ୍ତି ୫୦ କୋଟିର କମ୍ପାନୀ। ଜେପି ଇନଷ୍ଟିଚ୍ୟୁଟରୁ ଇଞ୍ଜିନିୟରିଂ କରିଥିଲେ ସେ । ପରେ ଆଇଆଇଟି ଦିଲ୍ଲୀରୁ ଇଣ୍ଟର୍ନସିପ୍ କରିଥିଲେ। ତାଙ୍କୁ ଦୁଇଥର ୧ କୋଟି ଟଙ୍କା ଦରମା ଅଫର ମିଳିଥିଲା। ତେବେ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ନିଜର କମ୍ପାନୀ ଖୋଲିଥିଲେ।
ନିଜର କିଛି ବ୍ୟବସାୟ ପାଇଁ ସବୁବେଳେ ଚାହୁଁଥିଲେ ଆରୁସି। ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେ କୋଡିଂ ଶିଖିଥିଲେ ଏବଂ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ସ୍ଥାନ ପାଇ ନଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ସଫ୍ଟୱେର୍ ପ୍ରସ୍ତୁତ କରିଥିଲେ । ୨୦୨୦ରେ, କରୋନାଭାଇରସ୍ ସମୟରେ ସେ ଟ୍ୟାଲେଣ୍ଟ ଡିସରିପ୍ଟ ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ୧ ଲକ୍ଷ ଟଙ୍କା ବିନିଯୋଗ କରି ସେ ଏହାର ଆରମ୍ଭ କଲେ। ଗତ ୩ ବର୍ଷ ମଧ୍ୟରେ, ତାଙ୍କ ସଫ୍ଟୱେର୍ ସାହାଯ୍ୟରେ ୧୦ ଲକ୍ଷ ଲୋକ ତାଙ୍କ ପ୍ଲାଟଫର୍ମ ବ୍ୟବହାର କରି ଚାକିରି ପାଇଛନ୍ତି |
ସେମାନେ ଆମେରିକା, ଜର୍ମାନୀ, ସିଙ୍ଗାପୁର, ୟୁଏଇ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନେପାଳର ୩୮୦ କମ୍ପାନୀକୁ ସାହାଯ୍ୟ କରିଛନ୍ତି। ଏହି ସଫ୍ଟୱେର୍ କରିବାର ସ୍ୱତନ୍ତ୍ର କାରଣ ହେଉଛି ଘରେ ଚାକିରି ପରୀକ୍ଷା ସମୟରେ କୌଣସି ଉପକରଣ ବ୍ୟବହାର କରି ଠକିବା କିମ୍ବା ଅନ୍ୟମାନଙ୍କ ସାହାଯ୍ୟ ନେବା ସମ୍ଭବ ନୁହେଁ | ଆରୁସି ତାଙ୍କ ଜେଜେ ବାପାଙ୍କୁ ଇନ୍ସିରେସନ୍ ଭାବନ୍ତି। ଜେଜେବାପା ଜଣେ IITan । ତାଙ୍କ ବାପା ଅଜୟ ଗୁପ୍ତା ଜଣେ ବ୍ୟବସାୟୀ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!