୫୦ ହଜାର ଟଙ୍କା ଲୋଭରେ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ଯୋଗାଉଥିଲେ ତଥ୍ୟ

୫୦ ହଜାର ଟଙ୍କା ଲୋଭରେ ଓଡ଼ିଶାରେ ରହି ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ତଥ୍ୟ ଯୋଗାଉଥିଲେ ଗିରଫ ୩ ଅଭିଯୁକ୍ତ।

ଗିରଫ ୩ ଅଭିଯୁକ୍ତଙ୍କୁ ଏସଟିଏଫ୍ ୫ ଦିନିଆ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତକୁ ଆଗକୁ ନେବା ଲାଗି ଯୋଜନା କରିଛି ଏସ୍ଟିଏଫ୍।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ରୁ ଦୁଇଜଣ ଓ ଯାଜପୁରର ଜଣେ ଯୁବକ ଥିବା ଜଣାଯାଇଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ପଠାଣିସାମନ୍ତ ଲେଙ୍କା(୩୫), ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ(୨୬) ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ(୧୯)।

ପଠାଣି ସାମନ୍ତ ଜଣେ ଆଇଟିଆଇ ଶିକ୍ଷକ। ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପଟପ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!