ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବିଭିନ୍ନ ସରକାରୀ ବିଭାଗରେ ସାମିଲ ହେବାକୁ ଯାଉଥିବା ୭୧,୦୦୦ ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ।
ଏହି ନିଯୁକ୍ତି ମେଳାରେ ଦେଶର ବିଭିନ୍ନ ରାଜ୍ୟରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ପତ୍ର ମିଳିବାର ସୂଚନା ରହିଛି ।
ଏହି ନିଯୁକ୍ତି ପତ୍ର ଇଞ୍ଜିନିୟର, ଲୋକୋ ପାଇଲଟ୍, ଟେକ୍ସିସିଆନ୍,. ନରୀକ୍ଷକ, ଉପ ନୀରିକ୍ଷକ, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଗ୍ରାମୀଣ ଡାକ ସେବକ, ଆୟକର ନୀରିକ୍ଷକ, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ସୁରକ୍ଷା ଅଧିକାରୀ, ପିଏ, ଏମଟିଏ ପରି ପଦ ପାଇଁ ଦିଆଯିବ।
‘ରୋଜଗାର ମେଳା’ ସମଗ୍ର ଦେଶରେ ୪୫ଟି ସ୍ଥାନରେ ଆୟୋଜନ କରାଯିବ। ଏଥିସହିତ ପ୍ରାର୍ଥୀଙ୍କୁ କେନ୍ଦ୍ରସରକାରର ବିଭିନ୍ନ ବିଭାଗ ସହିତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭର୍ତ୍ତି କରାଯିବ।

