୫୦ ହଜାର ଟଙ୍କା ଲୋଭରେ ଓଡ଼ିଶାରେ ରହି ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ତଥ୍ୟ ଯୋଗାଉଥିଲେ ଗିରଫ ୩ ଅଭିଯୁକ୍ତ।
ଗିରଫ ୩ ଅଭିଯୁକ୍ତଙ୍କୁ ଏସଟିଏଫ୍ ୫ ଦିନିଆ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତକୁ ଆଗକୁ ନେବା ଲାଗି ଯୋଜନା କରିଛି ଏସ୍ଟିଏଫ୍।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ରୁ ଦୁଇଜଣ ଓ ଯାଜପୁରର ଜଣେ ଯୁବକ ଥିବା ଜଣାଯାଇଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ପଠାଣିସାମନ୍ତ ଲେଙ୍କା(୩୫), ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ(୨୬) ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ(୧୯)।
ପଠାଣି ସାମନ୍ତ ଜଣେ ଆଇଟିଆଇ ଶିକ୍ଷକ। ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପଟପ, ୪୭ଟି ସିମ୍କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

