ନଇଁଯାଉଛି ତୁଙ୍ଗନାଥ ମନ୍ଦିର,ରିପୋର୍ଟ ଖୁଲାସା କଲା ASI

ନଉଁଛି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ୧୨ହଜାର ୮ଶହ ଫୁଟ୍ ଉଚ୍ଚତାରେ ଥିବା ତୁଙ୍ଗନାଥ ମନ୍ଦିର। ଏଏସଆଇ ପକ୍ଷରୁ କରାଯାଇଥିବା ସର୍ଭେରେ ମନ୍ଦିର ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ନଇଁଥିବା ଜଣାପଡିଛି । ମନ୍ଦିର ପରିସରରେ ଥିବା ମୂର୍ତ୍ତି ଓ ଛୋଟ ମନ୍ଦିର ୧୦ଡିଗ୍ରୀ ଯାଏଁ ଢଳିପଡିଛି । କେନ୍ଦ୍ର ସରକାରଙ୍କୁ ଏନେଇ ଏଏସଆଇ ପକ୍ଷରୁ ତଥ୍ୟ ଦିଆଯାଇଛି । ଏଥିସହ ଏହାକୁ ସଂରକ୍ଷିତ ଐତିହ୍ୟ ଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି । ମନ୍ଦିର ନଇଁବା ପଛର କାରଣ ଜାଣିବା ସହ ଏହାର ମରାମତି କରିବାକୁ ଉଦ୍ୟମ କରିବ ଏଏସଆଇ । ଏଥିସହ ମନ୍ଦିର ତଳ ମାଟି ଧସିବା ଆଶଙ୍କା ନେଇ ମଧ୍ୟ ଅନୁଧ୍ଯାନ କରାଯିବ। ବିଶ୍ବର ସର୍ବାଧିକ ଉଚ୍ଚତାରେ ଥିବା ଶିବ ମନ୍ଦିର ହେଉଛି ତୁଙ୍ଗନାଥ ମନ୍ଦିର । ଅଷ୍ଟମ ଶତାବ୍ଦୀରେ ମନ୍ଦିର ନିର୍ମାଣ କରାଯାଇଥିଲା।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!