ବାପା ଦିନ ମଜୁରିଆ, ପୁଅ ସିଭିଲ୍ ସର୍ଭାଣ୍ଟ

ସଫଳତା କେବଳ ସେମାନଙ୍କ ପାଖରେ ପହଞ୍ଚିଥାଏ ଯେଉଁମାନେ ସ୍ୱପ୍ନ ବଡ ଦେଖନ୍ତି ଏବଂ ସେଥିପାଇଁ ପରିଶ୍ରମ କରନ୍ତି। ଉଡିବାକୁ ଡେଣାର ଯେତିକି ଆବଶ୍ୟକ ତାସହ ସାହସ ମଧ୍ୟ ସେତିକି ଦରକାର। ଆଉ ଏଭଳି କିଛି ସାହସର ସହ ଆଗକୁ ବଢି ସିଭିଲ୍ ସର୍ଭାଣ୍ଟ ହୋଇଛନ୍ତି ମୁମ୍ବାଇର ହୁସେନ୍ ସୟଦ। ବସ୍ତିରେ କଟିଛି ପିଲାଦିନ, ବିଫଳତାର ସ୍ବାଦ ବାରମ୍ବାର ଚାଖିବା ପରେ ଆଜି ତାଙ୍କ ପାଇଁ ଛୁଟିଛି ପ୍ରଶଂସାର ସୁଅ।
ହୁସେନ୍ ସୟଦ ମୁମ୍ବାଇର ବସ୍ତି ଅଞ୍ଚଳରେ ରୁହନ୍ତି। ଯେଉଁଠାରେ ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ କାମ କରନ୍ତି। ହୁସେନ୍ଙ୍କ ବାପା ମଧ୍ୟ ଜଣେ ଦିନ ମଜୁରିଆ। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ଚଳେ ପରିବାର। କିନ୍ତୁ ସେ ସବୁବେଳେ ହୁସେନ୍ଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥାନ୍ତି। ଏବଂ ଶିକ୍ଷାକୁ ସବୁବେଳେ ପ୍ରାଥମିକତା ଦେବାକୁ କହିଥାନ୍ତି। ଆଜି ଖାସ୍ ସେହି ସହଯୋଗ ପାଇଁ ୫ମ ପ୍ରୟାସରେ UPSC କ୍ରାକ୍ କରିଛନ୍ତି ହୁସେନ୍। ରାଙ୍କ ରହିଛି ୫୭୦।
ହୁସେନ୍ ଉମାର୍କାଡିର ସେଣ୍ଟ ଜୋସେଫ୍ ସ୍କୁଲରୁ SSC ଏବଂ CST ପାସ୍ କରିଥିଲେ। ଅଞ୍ଜୁମନ-ଏ-ଇସଲାମରୁ HSC ପାସ୍ କରିଥିଲେ। ଏବଂ ପରେ ଏଲଫିଲଷ୍ଟନ୍ କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ।। ଏହାପରେ ସେ ୟୁପିଏସ୍ସି ପାଇଁ ପ୍ରସ୍ତୁତି କରିଥିଲେ। ହୁସେନ୍ କହିଛନ୍ତି, “ମୋ ବାପା ଚାହୁଁଥିଲେ ଯେ ମୁଁ ପ୍ରଶାସନିକ ସେବାରେ ଯୋଗଦିଏ। ବାପାଙ୍କ ଇଚ୍ଛାକୁ ହିଁ ମୁଁ ମୋର ମୋର ସ୍ୱପ୍ନ ଭାବିନେଲି।” ହୁସେନ୍ ସିଭିଲ ସର୍ଭିସ ପରୀକ୍ଷା ଦେବା ପରେ କିଛି କୋଚିଂ ପ୍ରତିଷ୍ଠାନରେ ଶିକ୍ଷାଦାନ କରିଥିଲେ। ଯାହା ତାଙ୍କୁ ଆର୍ଥିକ ସାହାଯ୍ୟ କରିଥିଲା । ତେବେ ଏଥର ରାଙ୍କରେ ଏତେଟା ଖୁସି ନଥିବାରୁ ପୁଣି ଥରେ ସେ ପରୀକ୍ଷା ଦେବା କଥା ଚିନ୍ତା କରିଛନ୍ତି। କାରଣ IAS ତାଙ୍କ ପରିବାରର ସ୍ୱପ୍ନ ତାଙ୍କର ମଧ୍ୟ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!