ଚନ୍ଦ୍ରରେ ପୁଣି ପାଦ ଦେବ ମାନବ

ଚନ୍ଦ୍ରରେ ଇତିହାସ ରଚିବ ଚୀନ । ଚନ୍ଦ୍ରରେ ପୁଣି ପାଦ ଦେବ ମାନବ । ୨୦୩୦ ସୁଦ୍ଧା ଚନ୍ଦ୍ରକୁ ମାନବ ପଠାଇବାର ବ୍ୟବସ୍ଥା କରୁଛି ଚୀନ । ଏହି କ୍ରମରେମଙ୍ଗଳବାର ଚୀନ ଉଠାଇଛି ଆଉ ଏକ ପଦକ୍ଷେପ । ନିଜର ଶେନଝୋଉ-16 ଅନ୍ତରୀକ୍ଷ ଯାନ ଜରିଆରେ ୩ ଜଣ ମହାକାଶଚାରୀଙ୍କୁ କକ୍ଷପଥରେ ଥିବା ନିଜସ୍ବ ମହାକାଶ ଗବେଷଣା କେନ୍ଦ୍ରକୁ ପଠାଇଛି । ଏହି ଅଭିଯାନର ସଫଳତା ଦ୍ବାରା ଆମେରିକା ପରେ ଚୀନ ନିଜସ୍ପ ସ୍ପେସ ଷ୍ଟେସନ ହାସଲ କରିବାରେ ବିଶ୍ବର ଦ୍ବିତୀୟ ଦେଶ ପାଲଟିଛି । ତେବେ ଚୀନର ଏହି ଚନ୍ଦ୍ର ଅଭିଯାନ ସମ୍ବନ୍ଧୀୟ ସୂଚନା ଏମିତି ଏକ ସମୟରେ ଆସିଛି ଯେତେବେଳେ କି ଆମେରିକା ୨୦୨୫ ସୁଦ୍ଧା ଚନ୍ଦ୍ରକୁ ନିଜର ଦ୍ବିତୀୟ ମାନବବାହୀ ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛି । ୫ମାସର ରହଣି ବେଳେଏହି ବୈଜ୍ଞାନିକମାନେ ସ୍ପେଶଷ୍ଟେସନରେ ଗବେଷଣା କରିବା ସହ ତାହାର ରକ୍ଷଣାବେକ୍ଷଣ କରିବେ ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!