ଆଜିଠୁ ପଟିଦିଅଁ ଦର୍ଶନ

ହାତୀ ବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜିଉ। ଅଧିକ ସ୍ନାନ ହେତୁ ମହାବାହୁ ଜ୍ବରରେ ପୀଡିତ ହୋଇଛନ୍ତି । ୧୫ ଦିନ ଧରି ଚାଲିବ ଅନବସର ଗୁପ୍ତ ନୀତି ।  ତେଣୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ । ଶ୍ରୀମନ୍ଦିରରେ ଏବେ  ପଟିଦିଅଁ ଦର୍ଶନ ବ୍ୟବସ୍ଥା ଥିବା ବେଳେ ମହାପ୍ରଭୁଙ୍କ ପହଣ୍ଡି ନୀତି ଶେଷ ହେବା ପରେ ପଟିଦିଅଁଙ୍କୁ ବିଜେ କରାଯାଇଛି । ଭକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ।

୧୪ ଦିନ ଧରି ଜଗନ୍ନାଥଙ୍କ ଶିଳା ବ୍ରହ୍ମ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିବେ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀଜିଉଙ୍କ ଅଣସର ଦର୍ଶନ କରିବା ସହିତ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରୁଛନ୍ତି । ଭୋର ୪ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ, ତଡ଼ପ ଲାଗି, ଅବକାଶ, ବେଶ , ସାଢେ଼ ୫ ଟାରେ ଗୋପାଳ ବଲ୍ଲଭ, ପରେ ଏବେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

 

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!