କୃଷକ ବାପାର କଲେକ୍ଟର ଝିଅ, ଦ୍ବିତୀୟ ପ୍ରୟାସରେ କ୍ରାକ୍ କଲେ UPSC

ପ୍ରଶାସନିକ ଅଧିକାରୀ ହେବାର ଇଚ୍ଛା ପ୍ରାୟ ଲୋକଙ୍କର ରହିଥାଏ। ଏହି ପ୍ରେଷ୍ଟିଜିଅସ୍ ଜବର ଢେର ଜିମାଣ୍ଡ। ସେଥିପାଇଁ ତ ପିଲାଦିନୁ ଅନେକଙ୍କ ମୁହଁରେ ଥାଏ ଯେ, ଆମେ ବଡ ହେଲେ ଆଇଏଏସ୍ ହେବୁ କି ଓଏଏସ୍ ହେବୁ। କିନ୍ତୁ ଏହି ସେବାରେ ଯୋଗଦେବା ଏତେ ସହଜ ନୁହେଁ, କାରଣ ଅନେକ ମେଧାବୀ ଏବଂ ଜ୍ଞାନୀ ପିଲାଙ୍କ ସହ ଗୋଟେ ପଦ ପାଇଁ ଢେର୍ ପ୍ରତିଯୋଗିତା କରିବାକୁ ହୁଏ। କିନ୍ତୁ ହଁ, ନିଷ୍ଠା ଏବଂ ଦୃଢ ଅଧ୍ୟବସାୟ ଥିଲେ ଏଥିରେ କୃତକାର୍ଯ୍ୟ ହେବା ସହଜ। ସେଭଳି କିଛି କଠିନ ପରିଶ୍ରମ କରି କଲେକ୍ଟର ହୋଇଛନ୍ତି ତପସ୍ୟା ପରିହାର।
ତାପସ୍ୟା ମଧ୍ୟପ୍ରଦେଶ କ୍ୟାଡରର ୨୦୧୮ ବ୍ୟାଚ୍ IAS । ସେ ଦ୍ୱିତୀୟ ପ୍ରୟାସରେ ଅଲ ଇଣ୍ଡିଆ ରାଙ୍କ୍ ୨୩ ହାସଲ କରିଥିଲେ। ୨୦୧୭ ରେ UPSC CSE ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିଲେ। ପ୍ରଥମ ପ୍ରୟାସରେ ସେ UPSC ପ୍ରିଲିମ୍ କ୍ରାକ୍ କରିବାରେ ସଫଳ ହୋଇଥିଲେ। ଆଇଏଏସ୍ ତାପସ୍ୟା ମଧ୍ୟପ୍ରଦେଶର ନରସିଂହପୁରର ବାସିନ୍ଦା । ସେ ପୁଣେର ଇଣ୍ଡିଆନ୍ ଲ ସୋସାଇଟିର ଲ ’କଲେଜରେ ଲ କଲେ। ତା’ପରେ ସେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ପ୍ରସ୍ତୁତି ପାଇଁ ଏକ କୋଚିଂ ରେ ଯୋଗଦେଲେ। ପ୍ରଥମ ପ୍ରୟାସରେ ସେ ଯଦିଓ ଏଥିରେ କୃତକାର୍ଯ୍ୟ ହୋଇପାରିନଥିଲେ। କିନ୍ତୁ ବିଫଳତା ସତ୍ତ୍ବେ ସେ ଅଧ୍ୟୟନ ଜାରି ରଖିଥିଲେ। ଏବଂ ପରିଶ୍ରମରେ ହେଳା କରିନଥିଲେ।
ଶେଷରେ ୨୦୧୭ରେ ସେ ୨୩ ରାଙ୍କରେ ପରୀକ୍ଷା କ୍ରାକ୍ କଲେ। ତେବେ ତପସ୍ୟାଙ୍କ ବାପା ଜଣେ କୃଷକ। ଚାଷ କରି ଯାହା ରୋଜଗାର ହୁଏ ସେଥିରେ ଚଳେ ପରିବାର। ଝିଅର ଆଇଏଏସ୍ ହେବା କେବଳ ତପସ୍ୟାଙ୍କୁ ନୁହେଁ ପୁରା ପରିବାରକୁ ଏକ ନୂଆ ପରିଚୟ ଦେଇଛି। କୃଷତ ବାପାର କଲେକ୍ଟର ଝିଅ। ଯାହାକୁ ନେଇ ସମସ୍ତେ ଖୁସି ଆଉ ଗର୍ବିତ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!